ପୁରୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପବିତ୍ର ପଞ୍ଚୁକ ବ୍ରତ । ଆଜି ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନ ବା ଦ୍ୱାଦଶ ତିଥି । ଏନେଇ ଚଳଚଞ୍ଚ ଶ୍ରୀକ୍ଷେତ୍ର । ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କର ବାଙ୍କୁଚୂଡ ବେଶ ଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ବେଶ ଦର୍ଶନ କରିବାକୁ ସୁଯୋଗ ପାଇବେ ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ପଞ୍ଚୁକରେ ଶ୍ରୀଜିଉଙ୍କର ଏହି ସ୍ୱତନ୍ତ୍ର ବେଶ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ।
ଗତକାଲି ପଞ୍ଚୁକର ପ୍ରଥମ ଦିନ ବା ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା । କିନ୍ତୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ । ମାତ୍ର ମହାପ୍ରଭୁଙ୍କ ବାଙ୍କଚୂଡ ବେଶ ଦର୍ଶନ ପାଇଁ ସୁଯୋଗ ପାଇବେ ଭକ୍ତ ।