ପୁରୀ (ଏଟିଆର ବ୍ୟୁରୋ): ପବିତ୍ର ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପୁରୀରେ ପହଁଚିଲା ବଡଳ କାଠ । ଜୁନ୍ ୪ ତାରିଖରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସେନାପଟା ଲାଗି ନୀତିରେ ଏହି କାଠ ଲାଗି ହେବ । ପହଣ୍ଡି ସମୟରେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବଉଳ କାଠ ବ୍ୟବହାର କରାଯାଇଥାଏ ।
ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରୁ ଏହି ବଉଳକାଠ ଅଣାଯାଇଥିବା ବେଳେ ଶଗଡ ସାହାଯ୍ୟରେ ଗତକାଲି ରାତିରେ ପୁରୀରେ ପହଁଚିଛି ।