ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ଭଗବାନ ବିଷ୍ଣୁ ଏବଂ ଗୁରୁ ଗ୍ରହଙ୍କୁ ସମର୍ପିତ କରାଯାଇଛି । ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁଙ୍କ କୃପା ଯାହାଙ୍କ ଉପରେ ରହିଥାଏ ତାଙ୍କର କୌଣସି ଅଭାବ ହୋଇନଥାଏ । ସେହିପରି ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ଦେବତାମାନଙ୍କୁ ଗୁରୁ ବୋଲି କୁହାଯାଏ । ଦେବଗୁରୁ ବୃହସ୍ପତିଙ୍କ କୃପାରୁ ସମସ୍ତ ସୁଖ ମିଳିଥାଏ କିନ୍ତୁ ଜାତକରେ ଯଦି ବୃହସ୍ପତି କମଜୋର ଥିବେ ତେବେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ତେବେ ଆସନ୍ତୁ ଜାଣିବା ଗୁରୁବାର ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କ କୃପାଲାଭ ପାଇଁ କଣ କରିବେ ।
ଗୁରୁବାର ବିଷ୍ଣୁଙ୍କ ସମର୍ପିତ କରାଯାଇଛି । ସେଥିପାଇଁ ପୂଜାରେ ହଳଦିଆ ଚନ୍ଦନ, ହଳଦିଆ ଫୁଲ ଏବଂ ହଳଦିଆ ମିଠା ବ୍ୟବହାର କରନ୍ତୁ । ଯଦି ଅନେକ ପ୍ରଚେଷ୍ଠା ସତ୍ୱେ କାର୍ଯ୍ୟରେ ସଫଳତା ମିଳୁନି ତେବେ ଭଗବାନ ବିଷ୍ଣୁ ଏବଂ ବୃହସ୍ପତି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ବିଷ୍ଣୁସହସ୍ତ୍ରନାମ ପାଠ କରନ୍ତୁ ଏବଂ ଗୁରୁବାର ବ୍ରତ ରଖି ବିଷ୍ଣୁଙ୍କ ପୂଜା କରନ୍ତୁ । ଶ୍ରଦ୍ଧା ମନରେ ଏହି ଉପାୟ କରିବା ଦ୍ୱାରା ଧୀରେଧୀରେ କାର୍ଯ୍ୟରେ ସଫଳତା ମିଳିବ ।
ଗୁରୁବାର ସକାଳୁ ସ୍ନାନ ସାରି ବୃହସ୍ପତି ଦେବଙ୍କୁ ପୂଜା କରନ୍ତୁ । ଏହାପରେ ତୁଳସୀ ମାଳାରେ ଓଁ ବୃଂ ବୃହସ୍ପତେ ନମଃ ମନ୍ତ୍ର ଜପନ୍ତୁ । ଏହାଦ୍ୱାରା ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆସିବ ଏବଂ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଗୁରୁବାର ପୂଜା ସର୍ବଦା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି କରିବା ଉଚିତ୍ । ଏହାଦ୍ୱାରା ଭଗବାନ ବିଷ୍ଣ ପ୍ରସନ୍ନ ହୋଇ ସମସ୍ତ ମନସ୍କାମନା ପୁରଣ କରିବେ ।