ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଶିବ ଏବଂ ବେଲପତ୍ରର ସମ୍ବନ୍ଧ ବହୁ ପୁରୁଣା । ଯେତେବେଳେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ ସେହି ସମୟରେ ବେଲପତ୍ର ଚଢେଇବା ନିହାତି ଆବଶ୍ୟକ । କିନ୍ତୁ ଆପଣ ଜାଣିଛନ୍ତି କି କେଉଁ କାରଣରୁ ଶିବଙ୍କ ପୂଜାରେ ବେଲ ପତ୍ର ଚଢା ଯାଇଥାଏ । ଏବଂ କେଉଁ ଦିନ ବେଲପତ୍ର ଛିଡାଇବା ମନା । ତେବେ ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କର ପୂଜା ଏବଂ ବେଲପତ୍ରର ମହତ୍ୱ ବିଷୟରେ କହିବାକୁ ଯାଉଛୁ ।
ଶିବ ଉପାସନାରେ ବେଲପତ୍ର ଚଢାଇବା ପାପନାଶକ ଓ ସାଂସାରିକ ସୁଖର ମହତ୍ୱ ରହିଛି । ମୁଖ୍ୟତଃ ସୋମବାର ବେଲପତ୍ର ଚଢାଇବା ମନ ସୁଦ୍ଧର ଶ୍ରେଷ୍ଠ ଉପାୟ । ହିନ୍ଦୁ ପଞ୍ଚାଗ ଅନୁସାରେ ସୋମବାର ଶିବ ଶକ୍ତିଙ୍କ ଖାସ୍ ଦିନ । ବେଲ ଗଛ ହେଉଛି ଶିବ ଓ ଶକ୍ତି ସ୍ୱରୂପା ଦେବୀ ଲକ୍ଷ୍ମୀଙ୍କ ବାସ ସ୍ଥାନ । ଏବଂ ଶିବ ଶକ୍ତି ଦୁହେଁ ଦୁହିଁଙ୍କ ବିନା ଅଧୁରା । ଏହି କାରଣରୁ ସୋମବାର ଦିନ ତଥା ଭଗବାନ ଶିବଙ୍କ ବିଶେଷ ପୂଜାରେ ବେଲପତ୍ର ଅର୍ପଣ କରିବା ଶୁଭ ହୋଇଥାଏ ।
ଶାସ୍ତ୍ର ଅନୁସାରେ ଚତୁର୍ଥି, ଅଷ୍ଟମୀ, ନମବୀ, ଚର୍ତୁଦଶୀ, ଅମାବାଶ୍ୟା, ସଂକ୍ରାନ୍ତି(ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ଅନ୍ୟ ରାଶିରେ ପ୍ରବେଶ) ତିଥିରେ ବେଲପତ୍ର ଛିଡାଇବା ନିଷେଧ ।
ଶିବ ପୂଜାରେ ବେଲପତ୍ର ମୁଖ୍ୟ ହୋଇଥିବାରୁ ,ଯଦି ଏହି ତିଥିମାନଙ୍କରେ ବେଲପତ୍ର ନ ଛିଡାଉଛନ୍ତି ତେବେ ପୁରୁଣା ବେଲପତ୍ରକୁ ଜଳ ଦ୍ୱାରା ପବିତ୍ର କରି ଶିବଙ୍କୁ ଅର୍ପଣ କରିପାରିବେ । ନଚେତ୍ ଆପଣ ତିଥି ପୂର୍ବରୁ ବେଲପତ୍ର ଛିଡାଇ ରଖିଥିବେ ।