ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମର ଶଙ୍ଖର ବିଶେଷ ମହତ୍ୱ ରହିଛି । ପ୍ରତ୍ୟେକ ଶୁଭ ଓ ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖ ଫୁଙ୍କା ଯାଇଥାଏ । କିଛି ଘର ମାନଙ୍କରେ ନିୟମିତ ପୂଜାରେ ଶଙ୍ଖ ଫୁଙ୍କା ଯାଇଥାଏ । ଶାସ୍ତ୍ର ଅନୁଯାୟୀ ଶଙ୍ଖ ଫୁଙ୍କିବା ଦ୍ୱାରା ସୁଖ ସମୃଦ୍ଧି ସହିତ ଅନେକ ଲାଭ ପ୍ରାପ୍ତ ହୋଇଥାଏ । ବୈଜ୍ଞାନିକଙ୍କ ମତରେ ଶଙ୍ଖ ଫୁଙ୍କିବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶଙ୍ଖ ଫୁଙ୍କିବାର ଧାର୍ମିକ ମହତ୍ୱ ।
– ଶଙ୍ଖ ଧ୍ୱନିରେ ଆଖ ପାଖର ବାତାବରଣ ଶୁଦ୍ଧ ହୋଇଥାଏ ।
– ମାନ୍ୟତା ରହିଛି କି ଶଙ୍ଖ ପୂଜିବା ଦ୍ୱାରା ସମସ୍ତ ମନସ୍କାମନ ପୁରଣ ହୋଇଥାଏ ।
– ଶଙ୍ଖ ବଜାଇବା ଦ୍ୱାରା ଦୁଷ୍ଟ ଆତ୍ମା ପାଖ ମାଡନ୍ତି ନାହିଁ ।
– ମା ଲକ୍ଷ୍ମୀଙ୍କ ପ୍ରତିମା ସାମ୍ନାରେ ଶଙ୍ଖ ରଖିବା ଦ୍ୱାରା ଘରକୁ ସୁଖ , ସମୃଦ୍ଧି ଓ ବୈଭବ ଆସିଥାଏ ।
– ବୈଜ୍ଞାନିକଙ୍କ ମତରେ ଶଙ୍ଖ ଧ୍ୱନିରେ ପରିବେଶରେ ଥିବା କୀଟାଣୁ ନାଶ ହୋଇଥାନ୍ତି ।
– ନିୟମିତ ଶଙ୍ଖ ଫୁଙ୍କିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ସଠିକ ଭାବେ ହୋଇଥାଏ ।
– କୁହାଯାଏ କି ଶଙ୍ଖକୁ ଘରର ଉତ୍ତର-ପୂର୍ବ କୋଣରେ ରଖିବା ଦ୍ୱାରା ଶିକ୍ଷାରେ ସଫଳତା ଯୋଗ ହୋଇଥାଏ ।
– ଶଙ୍ଖରେ ରଖା ଯାଇଥିବା ପାଣିକୁ ପିଇବା ଦ୍ୱାରା ହାଡ ମଜବୁତ ହୋଇଥାଏ ଏବଂ ଦାନ୍ତ ସୁସ୍ଥ ରହିଥାଏ ।
– ଶଙ୍ଖ ଫୁଙ୍କିବା ଦ୍ୱାରା ଫେସର ମସଲ୍ସ ଷ୍ଟ୍ରେଚ ହୋଇଥାଏ ।