ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସବୁଠାରୁ ପ୍ରଭାବଶାଳୀ ଶଦ୍ଧ ହେଉଛି ଓଁ । ଏହା ସାରା ବ୍ରହ୍ମାଣ୍ଡରେ ଗୁଞ୍ଜରିତ ହୋଇଥାଏ । ଏହି ଶଦ୍ଧ ବିନା କୌଣସି ମନ୍ତ୍ର ପୂରା ହୋଇନଥାଏ । ବିଶ୍ୱାସ ରହିଛି କି ଓଁ ଶଦ୍ଧକୁ ନିୟମିତ ଉଚ୍ଚାରଣ କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖ ଏବଂ ରୋଗ ଦୂର ହୋଇଥାଏ । ଓଁ ଉଚ୍ଚାରଣ କରିବା ଦ୍ୱାରା ଏକାଗ୍ରତ ବଢେ । କିନ୍ତଉ ଏହି ଶଦ୍ଧ ଉଚ୍ଚାରଣ କାଲା ବେଳେ କିଛିଟା ସାବଧାନତା ଅବଲମ୍ବନ କରିବାକୁ ପଡିବ ।
ଅ, ଓ ଏବଂ ମ ଏହି ତିନୋଟି ଅକ୍ଷର ମିଶ୍ରଣରେ ଓଁ ଶଦ୍ଧ ତିଆରି ହୋଇଛି । ଏହା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କର ସଂଯୁକ୍ତ ସ୍ୱରୂପ । ସେଥିପାଇଁ ଏହି ଶଦ୍ଧକୁ ସ୍ୱୟଂ ଇଶ୍ୱର ବୋଲି କୁହାଯାଇଥାଏ । ଏହି ଶଦ୍ଧକୁ ସଠିକ୍ ରୂପେ ଉଚ୍ଚାରଣ କରିବା ଦ୍ୱାରା ଇଶ୍ୱର ପ୍ରାପ୍ତି ହୋଇଥାଏ । ଏହାସହିତ ଜୀବନର ସମସ୍ତ ସମସ୍ୟା ବି ଦୂର ହୋଇଥାଏ ।
ଯଦି ଆପଣ ଓଁ ଶଦ୍ଧକୁ ଉଚ୍ଚାରଣ କରିବାକୁ ଚାହୂଁଛନ୍ତି ତେବେ ବ୍ରହ୍ମା ମୁହୂର୍ତ୍ତ ବା ସନ୍ଧ୍ୟା ସମୟରେ ଉଚ୍ଚାରଣ କରନ୍ତୁ । ସିଧା ବସି ଓଁ ଉଚ୍ଚାରଣ କରନ୍ତୁ । ଜପ କରିବାର ୧୦ ମିନିଟ୍ ପର୍ଯ୍ୟନ୍ତ ଯେପରି ଜଳ ସ୍ପର୍ଶ ନକରନ୍ତି । ନିୟମିତ ଏହି ଶଦ୍ଧ ଉଚ୍ଚାରଣ କରିବା ଦ୍ୱାରା ଦୈବିୟତା ଅନୁଭବ ହୋଇଥାଏ ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହାତରେ ତୁଳସୀ ପତ୍ର ଧରି ୧୦୮ ଥର ଓଁ ଉଚ୍ଚାରଣ କରନ୍ତୁ । ତୁଳସି ପତ୍ରକୁ ପାଣିରେ ପକଇବା ପରେ ସେହି ପାଣିକୁ ସେବନ କରନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଯେଉଁ ବ୍ୟକ୍ତି ଏହି ପାଣି ଗ୍ରହଣ କରିବେ ସେମାନେ ଯେପରି ଆମିଷ ଭୋଜନ ନକରନ୍ତି ।
ମାନସିକ ଏକାଗ୍ରତା ଏବଂ ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ ଏକ ହଳଦିଆ କାଗଜରେ ଲାଲ ରଙ୍ଗର ଓଁ ଲେଖନ୍ତୁ । ଏହାସହିତ ଓଁ ଚର୍ତୁପାଶ୍ୱର୍ରେ ଲାଲ ରଙ୍ଗର ଗୋଲ ବନାନ୍ତୁ ।
ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଛି ତେବେ ଘରର ମୁଖ୍ୟ ଦ୍ୱାରର ଦୁଇ ପାଶ୍ୱର୍ରେ ସ୍ୱସ୍ତିକ ବନାଇବା ସହ ଦ୍ୱାରବନ୍ଧ ଉପରେ ଓଁ ଆଙ୍କନ୍ତୁ । ଏହି ଉପାୟ ମଙ୍ଗଳବାର କରିବା ଦ୍ୱାରା ଶୁଭ ହୋଇଥାଏ ।