ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେକୌଣସି ପୂଜାରେ ଶଙ୍ଖ ଫୁଙ୍କିବା ଶୁଭ ହୋଇଥାଏ । କୁହାଯାଏ କି ଶଙ୍ଖ ଧ୍ୱନି ହେଉଛି ଦେବାଦେବୀଙ୍କର ପ୍ରିୟ । ଏହାଦ୍ୱାରା ଭଗବାନ ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରନ୍ତି ।
ବାସ୍ତୁ ଅନୁଯାୟୀ ଶଙ୍ଖ ଫୁଙ୍କିବା ଦ୍ୱାରା ଆଖପାଖରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଉତ୍ତରପୂର୍ବ କୋଣରେ ଶଙ୍ଖ ରଖିବା ଦ୍ୱାରା ଘରକୁ ଖୁସୀ ର ଆଗମନ ହୋଇଥାଏ ।
ପୁରାଣ ଅନୁଯାୟୀ, ସମୁଦ୍ର ମନ୍ଥନରେ ବାହାରିଥିବା ୧୪ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ । ଭଗବାନ ବିଷ୍ଣୁଙ୍କର ପ୍ରିୟ ହେଉଛି ଶଙ୍ଖ । ସେଥିପାଇଁ ଭଗବାନ ବିଷ୍ଣୁଙ୍କ ପୂଜାରେ ଶଙ୍ଖନାଦ ହୋଇଥାଏ ।
ପୁରାତନ କାଳରେ ପୂଜା, ସାଧନା ଏବଂ ଯଜ୍ଞରେ ଋଷିମୁନୀମାନେ ଶଙ୍ଖ ବ୍ୟବହାର କରିଥାନ୍ତି । ଶଙ୍ଖ ବଜେଇବା ପରେ କୌଣସି ପୂଜା ସଫଳ ବା ସମ୍ପୂର୍ଣ୍ଣ ହୋଇଥାଏ । ମାନ୍ୟତାନୁସାରେ ଶଙ୍ଖ ବଜାଇବା ଦ୍ୱାରା ଇଶ୍ୱରଙ୍କ ଆର୍ଶିବାଦ ମିଳେ ଏବଂ ମନସ୍କାମନା ପୂରଣ ହୋଇଥାଏ । ଶଙ୍ଖରୁ ବାହାରୁଥିବା ଧ୍ୱନି ସମସ୍ତ ବାଧା ଏବଂ ଦୋଷ କରିଥାଏ । ମାନ୍ୟତା ରହିଛି କି ଯେଉଁ ଘରେ ଶଙ୍ଖ ଥାଏ ସେଠାରେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ । ପୂଜା ଘରେ ଦକ୍ଷୀଣାବର୍ତ୍ତି ଶଙ୍ଖ ରଖିବା ଏବଂ ବଜାଇବା ଅତ୍ୟନ୍ତ ଶୁଭ ।