ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ମହାଶିବରାତ୍ରି । ଏନେଇ ଚଳଚଞ୍ଚ ସମସ୍ତ ଶୈବପୀଠ । ଭକ୍ତମାନେ ନିଜ ନିଜର ମନସ୍କାମନା ନେଇ ମନ୍ଦିରରେ ଭିଡ ଜମାଇଛନ୍ତି । ମାନ୍ୟତା ରହିଛି କି ଶିବଲିଙ୍ଗରେ ବେଲପତ୍ର ଚଢାଇବା ଦ୍ୱାରା ଭଗବାନ ଶିବଙ୍କ ମସ୍ତକ ଶିତଳ ହୋଇଥାଏ । ବେଲ ଗଛ ମୂଳେ ମହାଦେବ ବାସ କରିଥାନ୍ତି, ସେଥିପାଇଁ ଏହି ଗଛର ପତ୍ର ଭଗବାନଙ୍କଠାରେ ଅର୍ପଣ କରାଯାଇଥାଏ । ବେଲ ପତ୍ର ପୂଜନ ଦ୍ୱାରା ପାପ ଓ ଦରିଦ୍ରତାର ଅନ୍ତ ହୋଇଥାଏ । ଏହାଦ୍ୱାରା ଭଗବାନ ହନୁମାନ ପ୍ରସନ୍ନ ହୋଇଥାନ୍ତି । କାରଣ ଭଗବାନ ଶିବଙ୍କର ଅବତାର ହେଉଛନ୍ତି ହନୁମାନ । ତେବେ ଆସନ୍ତୁ ଜାଣିବା ବେଲ ପତ୍ରର ମହତ୍ୱ…
– ତିନି ଲୋକ ମଧ୍ୟରେ ଯେତିକି ତୀର୍ଥ ସ୍ଥଳ ପ୍ରସିଦ୍ଧ, ସେ ସମସ୍ତ ତୀର୍ଥ ସ୍ଥଳ ବେଲ ପତ୍ରର ମୂଳଭାଗରୁ ଉତ୍ପତି ।
– ଘରର ଉତ୍ତର-ଦକ୍ଷୀଣ କୋଣରେ ବେଲ ଗଛ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ବଳବତ୍ତର ରହିଥାଏ ।
– ଯେଉଁ ବ୍ୟକ୍ତି ସେମାନଙ୍କ ଘରେ ବେଲ ଗଛ ଲଗାଇଥାନ୍ତି, ସେମାନଙ୍କ ଉପରେ ଶିବଙ୍କ କୃପା ଲାଭ ହୋଇଥାଏ । ଘରର ଉତ୍ତରର-ପଶ୍ଚିମ କୋଣରେ ବେଲ ଗଛ ଲଗାଇବା ଦ୍ୱାରା ଯଶ ଓ କିର୍ତ୍ତି ପ୍ରାପ୍ତ ହୋଇଥାଏ ।
– ଯଦି ଆପଣ ଘର ମଝିରେ ବେଲ ଗଛ ଲଗାଇାବେ ,ତେବେ ଏହାଦ୍ୱାରା ଧନ-ଧାନ୍ୟର କୌଣସି ଅଭାବ ରହିବ ନାହିଁ ଏବଂ ପରିଜନ ସୁଖ ଶାନ୍ତିରେ ରହିବେ ।
– ଯେଉଁ ବ୍ୟକ୍ତି ବେଲ ଗଛ ମୂଳେ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରନ୍ତି ସେମାନଙ୍କୁ ଶିବଲୋକ ପ୍ରାପ୍ତି ହୋଇଥାଏ ।