ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଶିବଙ୍କର ଅତି ପ୍ରିୟ ହେଉଛି ରୁଦ୍ରାକ୍ଷ । ଯଦି ଏହି ରୁଦ୍ରାକ୍ଷକୁ ବେକରେ ଧାରଣ କରନ୍ତି ତେବେ ବ୍ୟକ୍ତିଙ୍କ ଉପରେ ଭୋଳାନାଥଙ୍କ କୃପା ଲାଭ ହୁଏ ବୋଲି ବିଶ୍ୱାସ ରହିଛି । ଏହାବ୍ୟତୀତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ରାଶି ଅନୁସାରେ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଲାଭ ଶୁଭଫଳ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ କେତେ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମେଷ ରାଶିର ବ୍ୟକ୍ତିଙ୍କୁ ତିନି ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
ବୃଷ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଛଅ ମୁଖୀ ରୁଦ୍ରାକ୍ଷ ଶୁଭ ହୋଇଥାଏ ।
ମିଥୁନ: ମିଥୁନ୍ ରାଶିର ବ୍ୟକ୍ତିଙ୍କ ପାଇଁ ପଞ୍ଚମୁଖୀ ରୁଦ୍ରାକ୍ଷ ।
କର୍କଟ: ଜ୍ୟୋତିଷ ଅନୁଯାୟୀ ଏହି ରାଶିର ବ୍ୟକ୍ତିଙ୍କୁ ଦୁଇମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
ସିଂହ ରାଶି: ରାଶି ହିସାବରେ ଏହି ବ୍ୟକ୍ତିଙ୍କୁ ବାର ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ ।
କନ୍ୟା: ସେହିପରି କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଚାରି ମୁଖୀ ରୁଦ୍ରାକ୍ଷ ।
ତୁଳା: ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଛଅ ମୁଖୀ ରୁଦ୍ରାକ୍ଷ ଶୁଭ ହୋଇଥାଏ ।
ବିଛା: ଏହି ରାଶିର ବ୍ୟକ୍ତି ତିନି ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍ ।
ଧନୁ: ଏହି ରାଶିର ବ୍ୟକ୍ତି ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଲାଭ ହୋଇଥାଏ ।
ମକର: ମକର ରାଶିର ବ୍ୟକ୍ତି ସାତ କିମ୍ବା ଚଉଦ ମୁଖିଆ ରୁଦ୍ରାକ୍ଷ ଧାରଣ କରନ୍ତୁ । ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।
କୁମ୍ଭ: ମକର ରାଶି ଭଳି କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ସାତ ବା ଚଉଦ ମୁଖୀ ରୁଦ୍ରାକ୍ଷ ଲାଭ ଦାୟକ ହୋଇଥାଏ ।
ମୀନ: ସେହିପରି ମୀନ ରାଶି ବ୍ୟକ୍ତିଙ୍କ ପାଇଁ ପାଞ୍ଚମୁଖୀ ରୁଦ୍ରାକ୍ଷ ।