ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶନିବାର ହେଉଛି ଶନି ମହାରାଜଙ୍କ ଦିନ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନର ସ୍ୱାମୀ ହେଉଛନ୍ତି ଶନି । କୁହାଯାଏ କି ଶନିବାର ଦିନ ଶନି ସମ୍ବନ୍ଧିତ ଖାଦ୍ୟ ସେବନ କରିବା ଦ୍ୱାରା ଜୀବନରେ ଶନିଙ୍କ ସକରାତ୍ମକ ପ୍ରଭାବ ପଡିଥାଏ । ଏହାସହିତ ଶନିଦେବ ତାଙ୍କର ବିଶେଷ କୃପା ବର୍ଷା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ଖାଦ୍ୟ ସେବନ କରିବା ଜରୁରୀ ଅଟେ । ଯାହାଫଳରେ ଶନିଦେବଙ୍କ କୃପା ବଳବତ୍ତର ରହିବ ।
ଖେଚୁଡି: ଶନିବାର ଦିନ ଖେଚୁଡି କରି ସେବନ କରିବା ଉଚିତ୍ ।
କଳାଜିରା: ଏହିଦିନ କଳାଜିରା ସେବନ ଖୁବ୍ ଲାଭକାରୀ ହୋଇଥାଏ ।
ଗୋଲାପ ଜାମୁନ: ବିଶ୍ୱାସ ରହିଛି କି ଶନିବାର ଦିନ ଗୋଲାପ ଜାମୁନ ସେବନ କରିବା ଶୁଭ ହୋଇଥାଏ ।
ସୋରିଶ ତେଲରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ: ଶନିବାର ଦିନ ଖାଦ୍ୟରେ ସୋରିଷ ତେଲ ବ୍ୟବହାର କରନ୍ତୁ । ମାନ୍ୟତା ରହିଛି କି ଏହି ଦିନ ସୋରିଷ ତେଲରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସେବନ କରିବା ଦ୍ୱାରା ଶନିଦେବ ଅଧିକ ପ୍ରସନ୍ନ ହୋଇଥାନ୍ତି ।
କଳା ଚଣା: ଶନିବାର ଦିନ କଳା ଚଣା ତରକାରୀ ସେବନ କରିବା ଉଚିତ୍ ।