ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ବିଜୟା ଦଶମୀ । ଆଜି ଦୁର୍ଗାତ୍ସବର ଅନ୍ତିମ ଦିନ । କୋଭିଡ କଟକଣା ଭିତରେ ପାଳିତ ହେଉଛି ବିଜୟା ଦଶମୀ ବା ଦଶହରା । କରୋନା ପାଇଁ ମନ୍ଦିର ଓ ମଣ୍ଡପ ସବୁଠି ଖାଁ ଖାଁ । ବିନା ଭକ୍ତରେ ସବୁଠୁ ଚାଲିଛି ଦଶମୀ ପୂଜା । ମନ୍ତ୍ର ଓ ପାରମ୍ପରିକ ବାଦ୍ୟରେ କମ୍ପୁଛି ପୂଜା ମଣ୍ଡପ । ଦଶହରାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ପୁରାଣ ଅନୁଯାୟୀ ଆଜିର ଦିନରେ ଅଧର୍ମ ଉପରେ ଧର୍ମର ଜୟ ହୋଇଥିଲା । ଆଜି ଦିନରେ ମହିଷାଷୁରକୁ ବଦ୍ଧ କରିଥିଲେ ମା ଦୁର୍ଗା । ସେହିଭଳି ଆଜି ସନ୍ଧ୍ୟାରେ ରାବଣକୁ ପୋଡି ପାପର ବିନାଶର ବାର୍ତ୍ତା ମଧ୍ୟ ଦିଆଯାଏ ।