ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବର୍ଷ କନ୍ୟା ସଂକ୍ରାନ୍ତିରେ ବିଶ୍ୱକର୍ମା ପୂଜା ପାଳନ କରାଯାଇଥାଏ । ଏହି ଦିନ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ହୋଇଥିଲା । ସେଥିପାଇଁ ଏହି ଦିନକୁ ବିଶ୍ୱକର୍ମା ଜୟନ୍ତି ବୋଲି କୁହାଯାଇଥାଏ । ଚଳିତ ବର୍ଷ ସେପ୍ଟମ୍ବର ୧୭ ମାନେ ଆସନ୍ତା କାଲି ବିଶ୍ୱକର୍ମା ପୂଜା । ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଇଂଜିନିୟ ଏବଂ ବାସ୍ତୁକାର ବୋଲି କୁହାଯାଇଥାଏ ।
ଏହି ଦିନ ସମସ୍ତ ଇଣ୍ଡଷ୍ଟ୍ରି, ଫ୍ୟାକ୍ଟେରୀ ଏବଂ ମେସିନ୍ ପୂଜା କରାଯାଇଥାଏ । ବିଶ୍ୱାସ ରହିଛି କି ଏହି ଦିନ ବିଶ୍ୱକର୍ମା ପୂଜା କରିବା ଦ୍ୱାରା ବ୍ୟବସାୟରେ ଖୁବ୍ ଉନ୍ନତି ହୋଇଥାଏ । ଏହି ଦିନ ସମସ୍ତ କଳକାରଖାନା ବନ୍ଦ ରହିଥାଏ ।
ଧାର୍ମିକ ସୂତ୍ର ଅନୁଯାୟୀ,ପ୍ରାଚୀନ କାଳରୁ ସମସ୍ତ ରାଜଧାନୀର ନିର୍ମାଣ ଭଗବାନ ବିଶ୍ୱକର୍ମା ହିଁ କରିିଥିଲେ । ସ୍ୱର୍ଗ ଲୋକ, ସ୍ୱର୍ଣ୍ଣ ଲଙ୍କା, ଦ୍ୱାରିକା ଏବଂ ହସ୍ତିନାପୁର ବି ବିଶ୍ୱକର୍ମାଙ୍କ ଦ୍ୱାରା ରଚିତ । ଏହି ବିଶ୍ୱକର୍ମା ପୂଜା ସେହି ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ଯେଉଁମାନେ କଳାକାର, ଶିଳ୍ପକାର ଏବଂ ବ୍ୟବସାୟୀ ।
ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ । ଧନ- ଧାନ୍ୟ ଏବଂ ସୁଖ- ସମୃଦ୍ଧିର ଅଭିଳାଷ ରଖୁଥିବା ବ୍ୟକ୍ତିଙ୍କ ପାଇଁ ବିଶ୍ୱକର୍ମା ପୂଜା କରିବା ନିହାତି ଆବଶ୍ୟକ ଏବଂ ମଙ୍ଗଳଦାୟୀ ।
ବିଶ୍ୱକର୍ମା ପୂଜା ଦିନ ମୂର୍ତ୍ତି ସ୍ଥାପନା କରି ହାତରେ ଫୁଲ , ଚାଉଳ ଧରି ଭଗବାନଙ୍କୁ ଧ୍ୟାନ କରନ୍ତୁ । ପୂଜାରେ ଦୀପ, ଧୂପ ,ଫୁଲ ଏବଂ ସୁପାରୀ ଆଦି ପ୍ରୟୋଗ କରନ୍ତୁ । ପୂଜାର ପରଦିନ ମୂର୍ତ୍ତିକୁ ବିଷର୍ଜନ କରିବାର ବିଧାନ ମଧ୍ୟ ରହିଛି ।