ବ୍ରହ୍ମପୁର (ଏଟିଆର ବ୍ୟୁରୋ): କରୋନା କଟକଣା ଭିତରେ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି । ମାଙ୍କ ଯାତ୍ରାରେ ଶଙ୍ଖ ମହୁରୀ, ହୁଳହୁଳୀରେ ପ୍ରକମ୍ପିତ ହୋଇଥିଲାି ପରିବେଶ । ଅସ୍ଥାୟୀ ପୀଠରେ ମା ଆଜି ବିଶ୍ରାମ ନେବେ । ଏହାପରେ ଆସନ୍ତାକାଲି ରାଜବାଟି ପରିକ୍ରମା କରିବେ । ଏବେ ବାପ ଘରେ ବୁଢୀ ଠାକୁରାଣୀ । ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ୭ ଦିିନିଆ ଅନୁମତି ମିଳିଛି ।
ଅନ୍ୟପଟେ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ମାଙ୍କ ଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଲଗାଯାଇଥିଲା । ସୁରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା ।