ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆରମ୍ଭ ହୋଇଯାଇଛି ଚୈତ୍ର ମାସ । ଧାର୍ମିକ ଦୃଷ୍ଟି କୋଣରୁ ଏହି ମାସର ବିଶେଷ ମହତ୍ୱ ରହିଛି । ଏହାସହିତ ଏହି ମାସ ସ୍ୱାସ୍ଥ୍ୟ ପାଇଁ ବେଶ ମହତ୍ୱ । ତେବେ ଏହି ମାସରେ କଣ କରିବା ଉଚିତ୍ ଏବଂ କଣ କରିବା ଉଚିତ୍ ନୁହେଁ । ଆସନ୍ତୁ ଜାଣିବା ।
– ଚୈତ୍ର ମାସରେ ସୂର୍ଯ୍ୟଦୟ ପୂର୍ବରୁ ଉଠି ସ୍ନାନ କରିବା ଉଚିତ୍ । ଏହାସହିତ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ନମସ୍କାର କରିବା ଉଚିତ୍ ।
– ସୂର୍ଯ୍ୟଙ୍କୁ ଭଗବାନ ବିଷ୍ଣୁଙ୍କ ରୂପ ବୋଲି କୁହାଯାଏ । ବସନ୍ତ ଋତୁରେ ଯେତେବେଳେ ସୂର୍ଯ୍ୟଙ୍କ କିରଣ ପଡେ ସେତେବେଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଶକ୍ତି ବଢିବା ସହିତ ରୋଗ ସହ ଲଢିବାର ଶକ୍ତି ଏବଂ ବୟସ ବୃଦ୍ଧି ହୋଇଥାଏ ।
– ଏହି ମାସରେ ବସନ୍ତ ଋତୁ ରହିଥାଏ । କୁହାଯାଇଛି କି ଏହି ଋତୁରେ ନୂଆ ଚାଉଳ ଖାଇବା ଉଚିତ୍ ନୁହେଁ ।
– ଏହି ମାସରେ ଯେଉଁ ପର୍ବ ପଡିଥାଏ ପାରମ୍ପରିକ ମୁତାବକ, ନୂଆ ଧାନ ଏବଂ ନୂଆ ଚାଉଲ ଦେବା-ଦେବୀଙ୍କ ଠାରେ ଲାଗି ହୋଇଥାଏ ।
– ଚୈତ୍ର ମାସରେ ଗୋଟେଥର ଭୋଜନ କରିବା ଉଚିତ୍ । ଏହାସହିତ ଲୁଣ ତ୍ୟାଗ କରିବା ଉଚିତ୍ । ଏହା ଏକ ପ୍ରକାରର ବ୍ରତ ହୋଇଥାଏ । ଏଭଳି କରିବା ଦ୍ୱାରା ଶରୀରରେ ରୋଗ ସହ ଲଢିବାର ଶକ୍ତି ବଢିଥାଏ ।
– ଏହି ମାସରେ ଅଧିକ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ । ଫଳ ସେବନ କରିବା ଉଚିତ୍ ।