ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ମହାଦେବଙ୍କ ପ୍ରିୟ ମାସ ଶ୍ରାବଣ । ଏହି ମାସରେ ମହାଦେବଙ୍କର ବିଶେଷ ପୂଜା ଉପାସନା କରାଯାଇଥାଏ । ଏହାଦ୍ୱାରା ପ୍ରସନ୍ନ ହୋଇଥାନ୍ତି ମହାଦେବ । ସେହିପରି ଶ୍ରାବଣ ସୋମବାରରେ ରାଶି ଅନୁସାରେ ଦାନ କରିବା ଦ୍ୱାରା ମହାଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶି କଣ ଦାନ କରିବା ଶୁଭ ହୋଇଥାଏ ।
-ମେଷ ରାଶି ବ୍ୟକ୍ତି ଶ୍ରାବଣ ସୋମବାର ମହୁ, ମସୁର ଡାଲି ଏବଂ ଲାଲ ରଙ୍ଗା ବସ୍ତ୍ର ଦାନ କରନ୍ତୁ ।
– ବୃଷ ରାଶିର ବ୍ୟକ୍ତି ଶ୍ରାବଶ ସୋମବାର ଖୀର, ଚିନି, ଚାଉଳ ଆଦି ଦାନ କରନ୍ତୁ ।
– ମିଥୁନ ରାଶିର ବ୍ୟକ୍ତି ମହାଦେବଙ୍କ ଆର୍ଶିବାଦ ପ୍ରାପ୍ତ ପାଇଁ ସବୁଜ ରଙ୍ଗର କମଳା ଦାନ କରନ୍ତୁ ଏହାସହିତ ଗୋମାତାଙ୍କୁ ଚାରା ଖୁଆନ୍ତୁ ।
– କର୍କଟ ରାଶିର ବ୍ୟକ୍ତି ଶ୍ରାବଣ ସୋମବାର ଚାଉଳ, ଚୂଡା, ଖୀର, ଚିନି ଆଦି ଦାନ କରନ୍ତୁ ।
– ସିଂହ ରାଶିର ବ୍ୟକ୍ତି ସୋମବାର ଗୁଡ, ମହୁ, ମସୁରଡାଲି ଦାନ କରନ୍ତୁ ।
– କନ୍ୟା ରାଶିର ବ୍ୟକ୍ତି ବିବାହିତା ମହିଳାଙ୍କୁ ସବୁଜ ଚୂଡି ଦାନ କରନ୍ତୁ ।
– ତୁଳା ରାଶିର ବ୍ୟକ୍ତି ଚାଉଳ, ଖୀର, ଚିନି ଆଦି ଦାନ କରନ୍ତୁ ।
– ବିଛା ରାଶିର ବ୍ୟକ୍ତି ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଗରିବଙ୍କୁ ଆର୍ଥିକ ସହାୟତା କରନ୍ତୁ ।
– ଧନୁ ରାଶିର ବ୍ୟକ୍ତି ସୋମବାର ହଳଦିଆ ବସ୍ତ୍ର, ଚଣାଡାଲି, କେଶର ମିଶ୍ରିତ ଖୀର ଦାନ କରନ୍ତୁ ।
-ମକର ରାଶିର ବ୍ୟକ୍ତି ସୋମବାର ଗରିବଙ୍କୁ ଛତା ଓ କମ୍ବଳ ଦାନ କରନ୍ତୁ ।
– କୁମ୍ଭ ରାଶିର ବ୍ୟକ୍ତି ଗରିବଙ୍କୁ ଆର୍ଥିକ ସହାୟତା କରନ୍ତୁ ।
– ମୀନ ରାଶିର ବ୍ୟକ୍ତି ସୋମବାର ଚଣାଡାଲି, ବେସନ, ହଳଦୀ, ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ ।