ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଚୈତ୍ର ନବରାତ୍ରୀର ଅଷ୍ଟମ ଦିନ । ଏହି ଦିନ ମା’ ଦୁର୍ଗାଙ୍କ ଅଷ୍ଟମ ସ୍ୱରୂପ ମା’ ମହାଗୌରୀଙ୍କ ପୂଜା କରାଯାଇଥାଏ । ମା’ଙ୍କ ପ୍ରିୟ ହେଉଛି ନଡିଆ । ସେଥିପାଇଁ ସନ୍ତାନ ସୁଖ ଲାଗି ତାଙ୍କୁ ନଡିଆ ଭୋଗ ଲଗାଯାଇଥାଏ । ଏହାସହିତ ମାଙ୍କ ପାଖରେ ସାଗୁଦାନା ଭୋଗ ବି ଆପଣ ଲଗାଇ ପାରିବେ ।
ବିଶ୍ୱାସ ରହିଛି ଏହି ଦିନ ମାଙ୍କୁ ବିଧି ବିଧାନ ସହ ପୂଜାର୍ଚ୍ଚନା କରିବା ସହ ସମସ୍ତ ସମସ୍ୟାରୁ ମକ୍ତି ମିଳିଥାଏ । କେବଳ ଏତିକି ନୁହେଁ କୌଣସି ବ୍ୟକ୍ତିଙ୍କର ବିବାହରେ ବିଳମ୍ବ ହେଉଛି ତେବେ ଏହି ସେମାନେ ନିହାତି ଭାବେ ମା ମହାଗୌରୀଙ୍କ ପୂଜା କରନ୍ତୁ । ଏହି ଦିନ ମା’ଙ୍କୁ ପୂଜା କରିବା ସହ ଦୁର୍ଗା ସପ୍ତଦଶୀ ର ଅଷ୍ଟମ ଅଧ୍ୟାୟ ପାଠ କରିବା ଦ୍ୱାରା ମା’ ପ୍ରସନ୍ନ ହୋଇଥାନ୍ତି ।
ଶିବପୁରାଣ ଅନୁଯାୟୀ, ଯେତେବେଳେ ମା’ କେବଳ ଆଠ ବର୍ଷର ହୋଇଥିଲେ, ସେତେବେଳେ ସେ ପୂର୍ବଜନ୍ମ ବିଷୟରେ ଜାଣି ପାରିଥିଲେ । ସେଥିପାଇଁ ସେ ସେବେଠାରୁ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ ତପସ୍ୟା ଆରମ୍ଭ କରିଦେଇଥିଲେ ।
ଶାସ୍ତ୍ର ଅନୁଯାୟୀ ମହାଗୌରୀଙ୍କୁ ଶିବା ବୋଲି ମଧ୍ୟ କୁହାଯାଇଥାଏ । ତାଙ୍କର ଗୋଟେ ହସ୍ତରେ ଦୁର୍ଗା ଶକ୍ତିର ପ୍ରତିକ ତ୍ରୀଶୁଳ ରହିଥିବା ବେଳେ ଅନ୍ୟ ହସ୍ତରେ ଭଗବାନ ଶିବଙ୍କ ପ୍ରତିକ ଡମ୍ବୁର ରହିଛି । ସାଂସାରକ ରୂପେ ମହାଗୌରୀ ଉଜ୍ୱଳ,କୋମଳ, ଶ୍ୱେତ ବଣ୍ଣ ତଥା ଶ୍ୱେତ ବସ୍ତ୍ରଧାରୀ ଚର୍ତୁଭୁଜା ଅଟନ୍ତି । ମହାଗୌରୀଙ୍କ ଉପାସନା ଦ୍ୱାରା ବି ପୂର୍ବସଂଚିତ ପାପ ନଷ୍ଟ ହୋଇଥାଏ ।