ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରୀ । ଏହି ଅବସରରେ ବିଶେଷ ରୂପେ ମା ଦୁର୍ଗାଙ୍କ ଆରାଧନା କରାଯାଇଥାଏ । ଯାହା ୯ ଦିନ ଧରି ଚାଲେ । ଏହି ୯ ଦିନିଅ ପର୍ବରେ ମା ଦୁର୍ଗାଙ୍କର ୯ଟି ସ୍ୱରୂପକୁ ପୂଜା କରାଯାଇଥାଏ । ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ବର୍ଷ ୫ଟି ନବରାତ୍ରୀ ପଡିଥାଏ । ସେଥିମଧ୍ୟରୁ ଚୈତ୍ର ନବରାତ୍ରୀ ଏବଂ ଶରଦ ନବରାତ୍ରୀ ପ୍ରମୁଖ ଅଟେ ।
ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୩ରୁ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇ ଏପ୍ରିଲ ୨୧ ପର୍ଯ୍ୟନ୍ତ ଚାଲିବ । ନବମୀର ପ୍ରଥମ ଦିନରେ ଘଟ ସ୍ଥାପନାର ମହତ୍ୱ ରହିଛି । ସେଥିପାଇଁ ଶୁଭ ମୁହୂର୍ତ୍ତ ଅନୁସାରେ ବିଧି ବିଧାନ ସହ ଘଟ ସ୍ଥାପନା କରାଯାଇଥାଏ । ପ୍ରଥମେ ଦିନରେ ମା ଶୈଳପୁତ୍ରୀଙ୍କୁ ଆରାଧନା କରାଯାଇଥାଏ ।
ପଞ୍ଚାଙ୍ଗ ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦାରୁ ହିଁ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇଥାଏ । ଏହି ଅବସରରେ ଘଟସ୍ଥାପନା ବା କଳଶ ସ୍ଥାପନାର ବିଧି ରହିଛି । କାରଣ ଏହି କଳଶକୁ ଶାସ୍ତ୍ରରେ ଭଗବାନ ଗଣେଶଙ୍କ ସଜ୍ଞା ଦିଆଯାଇଛି । ସେଥିପାଇଁ ପୂଜାର ଶୁଭ ମୁହୁର୍ତ୍ତ ଅନୁସାରେ ଘଟସ୍ଥାପନା ସମ୍ପନ୍ନ କରାଯିବା ଉଚିତ୍ ।
ଘଟସ୍ଥାପନାର ମୁହୂର୍ତ୍ତ:-
୧୩ ଏପ୍ରିଲ ୨୦୨୧, ମଙ୍ଗଳବାର
ଏୁଭମୁହୂର୍ତ୍ତ- ୦୫:୫୮:୨୭ ରୁ ୧୦:୧୪:୦୯
ଅବଧି- ୪ ଘଣ୍ଟା ୧୫ ମିନିଟ୍