ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଚୈତ୍ର ନବରାତ୍ରୀର ଷଷ୍ଠ ଦିନ । ଏହି ଦିନ ମା’ ଦୁର୍ଗାଙ୍କ ଷଷ୍ଠ ସ୍ୱରୂପ ମା’ କାତ୍ୟାୟନିଙ୍କ ପୁଜା କରିବାର ବିଧି ରହିଛି । କତ ନାମକ ମହର୍ଷିଙ୍କ ପୁତ୍ର ଋଷି କାତ୍ୟ ଭଗବାନ ପରାମ୍ବାଙ୍କ ଉପାସନା କରି ପୁତ୍ରୀ ରୂପରେ ଜନ୍ମ ନେବା ପାଇଁ ପ୍ରାର୍ଥନା କରିଥିଲେ ।
ତାଙ୍କର ଏହି ପ୍ରାର୍ଥନା ମା’ ଭଗବତୀ ସ୍ୱୀକାର କରିନେଇଥିଲେ ଏବଂ ସେହି କାତ୍ୟ ଗୋତ୍ରରେ ବିଶ୍ୱ ପ୍ରସିଦ୍ଧ ମହର୍ଷି କାତ୍ୟାୟନ ଉତ୍ପନ୍ନ ହୋଇଥିଲେ । କିଛି ସମୟ ପରେ ଦାନବ ମହିଷାସୁର ଅତ୍ୟାଚାର ପୃଥିବୀରେ ବଢିଗଲା । ସେହି ସମୟରେ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ନିଜ ନିଜର ଶକ୍ତିର ଅଂଶ ଦେଇ ମହିଷାସୁରର ନାଶ ପାଇଁ ଏକ ଦେବୀଙ୍କ ଉତ୍ପନ୍ନ କରିଥିଲେ । ମହର୍ଷି କାତ୍ୟାୟନ ସର୍ବପ୍ରଥମେ ତାଙ୍କର ଆରାଧନା କରିଥିଲେ । ସେଥିପାଇଁ ସେ କାତ୍ୟାୟନୀ ନାମରେ ନାମିତ ।
ସେହିପରି ଶ୍ରିକୃଷ୍ଣ ଭଗବାନଙ୍କୁ ପତି ରୂପେ ପ୍ରାପ୍ତ କରିବା ପାଇଁ ବ୍ରଜର ଗୋପୀମାନେ କାତ୍ୟାୟନୀଙ୍କ ପୂଜା କରିଥିଲେ । ପ୍ରକୃତରେ ନବରାତ୍ରୀର ଷଷ୍ଠ ଦିନ ଭକ୍ତଙ୍କ ମନ ଆଜ୍ଞାଚକ୍ରରେ ରହିଥାଏ । ତେବେ ଆସନ୍ତୁ ଜାଣିବା ଦେବୀଙ୍କ ପୂଜା ବିଧି ଏବଂ ମନ୍ତ୍ର ।
ମନ୍ତ୍ର:
ଚନ୍ଦ୍ରହାସୋଜ୍ଜବଳକରା ଶାର୍ଦୁଳବରବାହନା ।
କାତ୍ୟାୟନୀ ଶୁଭଂ ଦଧ୍ୟଦେବୀ ଦାନବଘାତିନୀ । ।
ପୂଜା ଓ ମହତ୍ୱ:
ମାନ୍ୟତା ରହିଛି କି କାତ୍ୟାୟନୀ ଦେବୀଙ୍କୁ ବିଧି ବିଧାନ ସହ ପୂଜା କରିବା ସହ ସମସ୍ତ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ । ସେହିପରି ଭୌତିକ ଏବଂ ଆଧ୍ୟାତ୍ମିକ ମନୋସ୍କାମନା ବି ପୁରଣ ହୋଇଥାଏ । ଷଷ୍ଠ ଦିନ ପୂଜା ଖାସ୍ କରି ଶିକ୍ଷା କ୍ଷେତ୍ରରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଫାଇଦା ହୋଇଥାଏ ।