ପୁରୀ (ଏଟିଆର ବ୍ୟୁରୋ): ଅଣସର ଘରେ ଚତୁର୍ଦ୍ଧା ବିଗ୍ରହ । ୧୦୮ କଳସ ଜଳରେ ସ୍ନାନ କରି ଜ୍ୱରରେ ପୀଡିତ ମହାପ୍ରଭୁ । ଆଜିଠାରୁ ନେତ୍ରଉତ୍ସବ ପର୍ଯ୍ୟନ୍ତ ତଥା ୧୫ ଦିନ ଯାଏଁ ଜ୍ୱରରେ ପଡିବେ ମହାପ୍ରଭୁ ।
ଶ୍ରୀଜିଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଏବଂ ଚନ୍ଦନ ଆଦି ଲେପନ କରି ସେବା କରିବେ । ଏହି ସମୟରେ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏହି ସମୟରେ ଦାରୁ ମୂର୍ତ୍ତି ବଦଳରେ ପଟି ଦିଅଁ ଅର୍ଥାତ୍ ବାସୁଦେବ, ଭୁବନେଶ୍ୱରୀ ଓ ନାରାୟଣଙ୍କୁ ପୂଜାର୍ଚ୍ଚନା କରାଯିବ ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିବା ହେତୁ ବ୍ରହ୍ମଗିରି ନିକଟସ୍ଥ ଅଲାରନାଥଙ୍କୁ ଦର୍ଶନ କଲେ ପୂଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।