ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଞ୍ଚାଙ୍ଗ ଅନୁସାରେ ପ୍ରତ୍ୟେକ ମାସର ଶେଷରେ ପୂର୍ଣ୍ଣିମା ପଡିଥାଏ । ପୂର୍ଣ୍ଣିମା ପରେ ନୂଆ ମାସ ଆରମ୍ଭ ହୋଇଥାଏ । ସେହିପରି ଏପ୍ରିଲ ୧୬ରେ ଚୈତ୍ର ପୂର୍ଣ୍ଣିମା । ଏହି ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ବର୍ଷର ପ୍ରଥମ ପୂର୍ଣ୍ଣିମା ଚୈତ୍ର ପୂର୍ଣ୍ଣିମା । ତେବେ ଆସନ୍ତୁ ଜାଣିବା ଚୈତ୍ରପୂର୍ଣ୍ଣିମାର ଶୁଭ ମୁହୁର୍ତ୍ତ ଓ ମହତ୍ୱ ।
ଏପ୍ରିଲ ୧୬ ତାରିଖ ଶନିବାର ଦିନ ୨ ଟା ୨୫ ମିନିଟ୍ ରୁ ପୂର୍ଣ୍ଣିମା ତିଥି ଆରମ୍ଭ ହୋଇ ୧୭ ତାରି ଦିନ ୧୨ ୨୪ ମିନିଟ୍ ଯାଏଁ ରହିବ ।
ଚୈତ୍ର ପୂର୍ଣ୍ଣିମାର ମହତ୍ୱ: ଧାର୍ମିକ ଗ୍ରନ୍ଥ ଅନୁସାରେ ଚୈତ୍ର ପୂର୍ଣ୍ଣିମା ଦିନ ଯେଉଁ ବ୍ୟକ୍ତି ଭଗବାନ ଏବଂ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତି ତାଙ୍କର ସମସ୍ତ କାମ ସୁରୁଖୁରୁରେ ହୋଇଥାଏ । କାର୍ଯ୍ୟରେ କୌଣସି ବାଧା ଉପୁଜେ ନାହିଁ । ଏହାସହିତ ଯଶ, ଐଶ୍ଚର୍ଯ୍ୟ ପ୍ରାପ୍ତି ହୋଇଥାଏ । ଶାସ୍ତ୍ରରେ ଉଲ୍ଲେଖ ଅନୁଯାୟୀ ଏହିଦିନ ସତ୍ୟନାରାୟଣ ଭଗବାନଙ୍କ କଥା ଶୁଣିବା ଦ୍ୱାରା ଭଲ ଫଳ ପ୍ରାପ୍ତି ହୋଇଥାଏ । ସେହିପରି ପୂର୍ଣ୍ଣିମାରେ ସ୍ନାନ, ଦାନ ଆଦି କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ ।