ଆଠଗଡ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ ବ୍ରତ । ବିଶ୍ୱାସ ରହିଛି କି ଏହି ଅବସରରେ ଦେବଙ୍କର ଦେବ ମହାଦେବଙ୍କୁ ଦର୍ଶନ କରିବା ଦ୍ୱାରା କୋଟି ଜନ୍ମର ପୂଣ୍ୟ ପ୍ରାପ୍ତି ହୋଇଥାଏ । ଏହାସହିତ ପହିଲି ପଞ୍ଚୁକରେ ଚନ୍ଦ୍ରଚୁଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।
କିନ୍ତୁ ଚଳିତ ବର୍ଷ ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ସିଧାସଳଖ ଦର୍ଶନ କରି ପାରୁ ନାହାନ୍ତି ଶ୍ରଦ୍ଧାଳୁ । ଧବଳେଶ୍ୱର ପୀଠରେ କଟକଣା ଲାଗିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଧବଳେଶ୍ୱର ବାବାଙ୍କୁ ଦର୍ଶନ କରିବା ପାଇଁ ଭର୍ଚୁଆଲ ବ୍ୟବସ୍ଥା କରାଯାଇଛି । ଭର୍ଚୁଆଲ ମୋଡରେ ଦର୍ଶନ କରିବେ ଶ୍ରଦ୍ଧାଳୁ ।