ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁରୁବାର ଦିନ ଜଗତ ଗୁରୁ ସାଇ ବାବାଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦିନ ବ୍ରତ ମଧ୍ୟ ରଖାଯାଏ । ଧାର୍ମିକ ମାନ୍ୟତାନୁସାରେ ଗୁରୁବାର ଦିନ ସାଇବାବାଙ୍କ ପୂଜା-ପାଠ କରିବା ଦ୍ୱାରା ଘରେ ସୁଖ , ସମୃଦ୍ଧି ଏବଂ ଶାନ୍ତି ବଳବତ୍ତର ରହିଥାଏ ।
ଏହାସହିତ ଭାଗ୍ୟ ଏବଂ ଆୟରେ ବୃଦ୍ଧି ହୋଇଥାଏ । ଯଦି ଆପଣ ବି ସାଇ ବାବାଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ଗୁରୁବାର ପୂଜା ସମୟରେ ସାଇ ଚାଳିଶା ପାଠ କରନ୍ତୁ । ଏହାଦ୍ୱାରା ବାବାଙ୍କ କୃପା ଲାଭ ହେବ ।