ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରବିବାର ହେଉଛି ଭଗବାନ ସୂର୍ଯ୍ୟଦେବଙ୍କ ବାର । ଏହି ଦିନ ସମ୍ପୂର୍ଣ୍ଣ ବିଧି ବିଧାନ ସହ ଭଗବାନ ସୂର୍ଯ୍ୟ ଦେବଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ସୁର୍ଯ୍ୟ ହେଉଛନ୍ତି ଶକ୍ତିର ସ୍ର୍ତ୍ରୋତ । ଶାସ୍ତ୍ରାନୁଯାୟୀ ସୂର୍ଯ୍ୟଙ୍କୁ ସୃଷ୍ଟିର ଦେବତା ବୋଲି କୁହାଯାଇଥାଏ । ବିଶ୍ୱାସ ରହିଛି କି ସୂର୍ଯଦେବ ଯାହା ଉପରେ ଖୁସୀ ହୋଇଥାନ୍ତି ତାଙ୍କ ଉପରେ କୃପାଲାଭ କରିଥାନ୍ତି । ଏହାସହିତ ବ୍ୟକ୍ତିର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ସୂର୍ଯ୍ୟଦେବଙ୍କୁ ଖୁସୀ କରିବା ପାଇଁ ବ୍ୟକ୍ତି ପ୍ରାତଃ ସମୟରେ ଅର୍ଘ୍ୟ ପ୍ରଦାନ କରିଥାନ୍ତି । ଏହାସହିତ ନମସ୍କାର ବି କରିଥାନ୍ତି । ସୂର୍ଯ୍ୟ ଏକମାତ୍ର ଦେବତା ଯିଏ ଖୁବ୍ ପ୍ରତ୍ୟକ୍ଷ । ତାଙ୍କୁ ଶକ୍ତି ପ୍ରଦାନ କରୁଥିବା ଭଗବାନ ବୋଲି କୁହାଯାଇଥାଏ । ଆହୁରୀ ମଧ୍ୟ କୁହାଯାଏ କି ସୂର୍ଯ୍ୟଦେବଙ୍କ ପୂଜା କରିବା ଦ୍ୱାରା ସୁଖ, ସମୃଦ୍ଧି, ଧନ, ଐଶ୍ଚର୍ଯ୍ୟ ପ୍ରାପ୍ତ ହୋଇଥାଏ । ଏହାସହିତ ସୂର୍ଯଙ୍କ ପୂଜା ସମୟରେ ଯଦି ତାଙ୍କର ୧୨ ନାମ ଜପିବେ ତେବେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।
ସୂର୍ଯ୍ୟଙ୍କ ୧୨ ନାମ:
ଓଁ ସୂର୍ଯ୍ୟାୟ ନମଃ, ଓଁ ମିତ୍ରାୟ ନମଃ, ଓଁ ରବୟେ ନମଃ, ଓଁ ଭାନବେ ନମଃ, ଓଁ ଖଗାୟ ନମଃ, ଓଁ ପୁଷ୍ଣେ ନମଃ, ଓଁ ହିରଣ୍ୟଗର୍ଭାୟ ନମଃ, ଓଁ ଆଦିତ୍ୟାୟ ନମଃ, ଓଁ ସାବିତ୍ରେ ନମଃ, ଓଁ ଅର୍କାୟ ନମଃ, ଓଁ ଭାସ୍କରାୟ ନମଃ