ପୁରୀ (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ଏବେ ସୁଦ୍ଧା ତିନି ରଥର ମୋଟ ୪୨ ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିବା ସହ ଆବଶ୍ୟକୀୟ ଅଖ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।
ଅନ୍ୟପଟେ ରୂପକାର ସେବକଙ୍କ ଦ୍ୱାରା କଣଗୁଜରେ ହସ୍ତୀ, ନର ଓ ସିଂହ ବିରାଳ ଖୋଦେଇ ଜାରି ରହିଛି । ଦଣ୍ଡା, କୁଡୁକା ଓ ଗୟଳ ମୋଡର ନିର୍ମାଣ କାର୍ଯ୍ୟ ଜାରି ରହିଛି ।