ପୁରୀ (ଏଟିଆର ବ୍ୟୁରୋ): ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ଜୋରସୋରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ମହାମାରୀ କରୋନା ପାଇଁ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲାଗି ପଡିଛନ୍ତି କାରିଗର । ତେବେ ଆସନ୍ତୁ ଜାଣିବା ଏପର୍ଯନ୍ତ କେତେ କାମ ସମ୍ପନ୍ନ ହୋଇଛି ।
ଏପର୍ଯ୍ୟନ୍ତ ତିନୋଟି ରଥର ସମସ୍ତ ଚକ ତଥା ୪୨ ଟି ଚକ କାମ ସମ୍ପନ୍ନ ହୋଇଛି । ଅନ୍ୟପଟେ ଏବେ ଦଣ୍ଡା କାମ ଜାରି ରହିଥିବେଳେ ଏପର୍ଯ୍ୟନ୍ତ ୫ ଟି ଦଣ୍ଡା କାମ ଶେଷ ହୋଇଛି । ଏହାସହିତ ପ୍ରତିଟି ରଥରେ ଲାଗି ହେଉଥିବା ନାଟଗୋଡର କାମ ବି ଜାରି ରହିଛି । ସେହିପରି ମୁହାଁଟ କାମ ବି ଚାଲିଛି । ନାଟଗୋଡ ଉପରେ ମୁଣ୍ଡ ଖୋଦେଇ କରାଯାଇଥାଏ । ଏହାବ୍ୟତିତ ଗୟଳ ଏବଂ ବିଭିନ୍ନ କଣ୍ଟା ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର ।