ପୁରୀ (ଏଟିଆର ବ୍ୟୁରୋ); ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାଷିତ ଜଳେରେ ସ୍ନାନ କରିବେ ଶ୍ରୀଜିଉ । ରତ୍ନବେଦୀ ଛାଡି ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି ।
ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡଠାକୁର ବଳଭଦ୍ର, ଦେବୀ ଶୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ସ୍ନାନ ବେଦୀରେ ବିଜେ କରିଛନ୍ତି ।
ସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ବଡଦାଣ୍ଡରେ ବଢୁଛି ଭକ୍ତଙ୍କ ଭିଡ । ଦୀର୍ଘ ଦୁଇ ବର୍ଷ ପରେ ଚଳିତଥର ସ୍ନାନଯାତ୍ରାରେ ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ ।