ଘଟଗାଁ (ଏଟିଆର ବ୍ୟୁରୋ): କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପୀଠରେ ଚାଲିଛି ଚଇତି ପର୍ବ । ଆଜି ପର୍ବର ତୃତୀୟ ଦିନ । ମାଙ୍କଠାରେ ଦୀର୍ଘ ସାତ ଦିନ ଯାଏଁ ଚାଲିବ ଏହି ପର୍ବ । କରୋନା ମାମଲା ହ୍ରାସ ପାଇଥିବା ହେତୁ ମାଙ୍କଠାରେ ଚଇତି ପର୍ବ ଖୁବ୍ ଆଡମ୍ବରର ସହ ପାଳିତ ହେଉଛି । ଏନେଇ ମାଙ୍କ ନିକଟକୁ ଭକ୍ତଙ୍କ ସୁଅ ଛୁଟୁଟିବାରେ ଲାଗିଛି ।
ଚଇତି ପର୍ବର ତୃତୀୟ ଦିନରେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା । ଏନେଇ ମାଙ୍କ ନିକଟକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି । ବିଶ୍ୱାସ ରହିଛି କି ଚଇତି ପର୍ବରେ ମାଙ୍କ ସୁନା ବେଶ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।