ପୁରୀ (ଏଟିଆର ବ୍ୟୁରୋ): ଆଜି ଚିତାଲାଗି ବା ଚିତଉ ଅମାବାସ୍ୟା । ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଚିତଉ ଅମାବାସ୍ୟା ପାଳିତ ହୋଇଥାଏ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କଠାରେ ରତ୍ନଚିତା ଲାଗି ବିଧି ସମ୍ପନ୍ନ ହୋଇଥାଏ । ପତିମହାପାତ୍ର ସେବକ ରତ୍ନଚିତାକୁ ସଂସ୍କାର କରିବା ପରେ ତିନି ବାଡର ବାଡଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀଜିଉଙ୍କଠାରେ ଲାଗି କରିବାର ବିଧି ରହିଛି ।
ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜିଉଙ୍କ ଲଲାଟରୁ ଟେଉଁ ଚିତା ଉଲାଗି କରାଯାଇଥାଏ ତାହା ଶ୍ରାବଣ ଅମାବାସ୍ୟା ତିଥିରେ ଲାଗିଥାଏ । ସେଥିପାଇଁ ତାକୁ ଚିଲାଗି ଅମାବାସ୍ୟା ବୋଲି କୁହାଯାଏ ।