ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧାର୍ମିକ ଅନୁଯାୟୀ ଶଙ୍ଖର ବିଶେଷ ମହତ୍ୱ ରହିଛି । ସମୁଦ୍ରରୁ ସୀପ ମାଧ୍ୟମରେ ମିଳୁଥିବା ଏହି ଶଙ୍ଖ ବିଭିନ୍ନ ଆକାରର ହୋଇଥାଏ । ଯେକୌଣସି ଯୁଦ୍ଧର ଆହ୍ୱାନା ଦେବା ଲାଗି ଏହି ଶଙ୍ଖକୁ ଫୁଙ୍କା ଯାଏ । ଏହି ଶଙ୍ଖ ସ୍ୱାସ୍ଥ ପାଇଁ ବି ଲାଭଦାୟକ ହୋଇଥାଏ ।
ପ୍ରତିଦିନ ଶଙ୍ଖ ଫୁଙ୍କିବା ଦ୍ୱାରା ସ୍ୱାସ୍ଥ୍ୟ ଲାଭ ହେବା ସହ ଏହାଦ୍ୱାରା ଚର୍ତ୍ତୁପାଶ୍ୱର୍ରେ ଧାର୍ମିକ ଶକ୍ତିର ଆବରଣ ହୋଇଥାଏ । ଏହାକୁ ଇଶ୍ୱରଙ୍କ ଆହ୍ୱାନ କରିବା ପାଇଁ ବଜା ଯାଇଥାଏ । ପ୍ରତିଦିନ ଶଙ୍ଖକୁ ପୂଜା କରାଯାଇଥାଏ କିନ୍ତୁ ଶୁକ୍ରବାର ଏହି ଶଙ୍ଖକୁ ପୂଜିବା ଦ୍ୱାରା ବିଶେଷ ଫଳଦାୟୀ ହୋଇଥାଏ । ଶୁକ୍ରବାର ଦକ୍ଷିଣାବର୍ତ୍ତି ଶଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ମା’ ଲକ୍ଷ୍ମୀଙ୍କ ପ୍ରତୀକ ।
ସେଥିପାଇଁ ପ୍ରଥମେ ଶଙ୍ଖକୁ ଶୁଦ୍ଧ ଜଳରେ ଧୋଇ ନିଅନ୍ତୁ । ତାପରେ ଶଙ୍ଖରେ ସିନ୍ଦୁର ଏବଂ ଅକ୍ଷତ ଏବଂ ଫୁଲ ଅର୍ପଣ କରି ହାତ ଯୋଡନ୍ତୁ । ସର୍ବଦା ଶଙ୍ଖରେ ଜଳ ଭର୍ତ୍ତି କରି ରଖନ୍ତୁ ଏବଂ ସେହି ଜଳକୁ ସେବନ କରନ୍ତୁ । ଘରେ ଏହି ଜଳକୁ ଛିଞ୍ଚିବା ଦ୍ୱାରା ବହୁତ ଲାଭ ହୋଇଥାଏ । ପ୍ରତିଦିନ ଶଙ୍ଖ ପୂଜା କରାଯାଏ କିନ୍ତୁ ଶୁକ୍ରବାର ଏହାକୁ ପୁଜିବା ଦ୍ୱାରା ବିଶେଷ ଲାଭଦାୟକ ହୋଇଥାଏ ।