ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ବଢିବା ପରେ ଦତ୍ତମହାପାତ୍ର ସେବକ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।
ଏହି ନୀତି ଶ୍ରୀଜିଉଙ୍କ ଏକ ଗୁପ୍ତ ନୀତି । ଏହି ନୀତି ଚାଲିଥିବା ସମୟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ । ପାଖାପାଖି ଏହି ନୀତି କରିବା ପାଇଁ ସେବକ ମାନଙ୍କୁ ୩ ରୁ ୪ ଘଣ୍ଟା ସମୟ ଲାଗିଥାଏ । ସେଥିପାଇଁ ଆଜି ୪ ଘଣ୍ଟା ବନ୍ଦ ରହିବା ଶ୍ରୀଜିଉଙ୍କ ଦର୍ଶନ । ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।