ପୁରୀ (ଏଟିଆର ବ୍ୟୁରୋ): କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିକୁ ହରି ଉତ୍ଥାପନ ଏକାଦଶୀ ଭାବେ ପାଳନ କରାଯାଏ । ଚାରି ମାସ ଧରି ଶୟନରେ ଥିବା ହରି ଅର୍ଥାତ ଭଗବାନ ବିଷ୍ଣୁ ଆଜିର ଦିନରେ ଉଠିଥାନ୍ତି । ସେଥିପାଇଁ ଆଜିର ଏହି ଏକାଦଶୀକୁ ହରି ଉତ୍ଥାପନ ଏକାଦଶୀ ବା ଦେବ ଉତ୍ଥାପନ ଏକାଦଶୀ ବୋଲି କୁହାଯାଏ ।
ଶାସ୍ତ୍ରନୁସାରେ ,ଏହି ଦିନ ଶ୍ରୀହରି ବିଷ୍ଣୁଙ୍କୁ ଯୋଗ ନିଦ୍ରାରୁ ଜାଗ୍ରତ କରାଯାଏ ଏବଂ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ରୂପକୁ ତଳସୀ ମାତାଙ୍କ ସହ ବିବାହ କରାଯାଇଥାଏ ।