ପୁରୀ (ଏଟିଆର ବ୍ୟୁରୋ): ଦୁନିଆର କୋଣ ଅନୁକୋଣରେ ରହିଛନ୍ତି ମହାପ୍ରଭୁଙ୍କ ଭକ୍ତ । କାହିଁକି ନା ସେ ପରା ହେଉଛନ୍ତି ସାରା ଜଗତର ନାଥ । ମହାପ୍ରଭୁଙ୍କ ନିକଟକୁ ଆସିବାକୁ ଇଛା ଥିଲେ ମଧ୍ୟ କିଛି କାରଣ ଯୋଗୁଁ ଅନେକ ଭକ୍ତ ଶ୍ରୀମନ୍ଦିରକୁ ଆସି ପାରନ୍ତି ନାହିଁ କି ଦାନହୁଣ୍ଡିରେ ଦାନ ମଧ୍ୟ କରିପାରନ୍ତି ନାହିଁ । ଦାନ କରିବା ବ୍ୟବସ୍ଥାକୁ ସହଜ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡିଜିଟାଲ ଦାନର ବ୍ୟବସ୍ଥା କରାଯାଇଛି । ଏଣିକି ଡିଜିଟାଲ ମାଧ୍ୟମରେ ଶ୍ରୀମନ୍ଦିରକୁ ଦାନ କରିପାରିବେ ଶ୍ରଦ୍ଧାଳୁ ।
ଦାନ କରିବା ପାଇଁ ଶ୍ରୀମନ୍ଦିରର ବାହାରେ ବିଭିନ୍ନ ସ୍ଥାନରେ କ୍ୟୁଆର ସ୍କାନର ଲଗାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଦାନ ସୂତ୍ରରୁ ରାଜସ୍ୱ ବୃଦ୍ଧି କରିବାକୁ ଏଭଳି ପଦକ୍ଷେପ ନେଇଛି । ଏଣିକି ରେଳଷ୍ଟେସନ, ବସଷ୍ଟାଣ୍ଡ, ଅତିଥିଶାଳା, ହୋଟେଲମାନଙ୍କରେ ମଧ୍ୟ ମହାପ୍ରଭୁଙ୍କ ପାଇଁ ଦାନ କରିପାରିବେ ଶ୍ରଦ୍ଧାଳୁ ।