କଟକ (ଏଟିଆର ବ୍ୟୁରୋ): ଚାଲିଛି କାର୍ତ୍ତିକ ମାସ । ଆଜି କାର୍ତ୍ତିକ ମାସର ଚତୁର୍ଥ ସୋମବାର । ଏନେଇ ଆଠଗଡ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ ଖୁବ୍ ଚଳଚଞ୍ଚଳ ହୋଇପଡିଛି । ପୀଠରେ ଲାଗିଛି ଭକ୍ତଙ୍କ ଭିଡ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
କାର୍ତ୍ତିକ ସୋମବାରରେ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ସୋମବାରେ ଶୈବପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି ।