ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାରୁତୀ ନନ୍ଦନ ପବନ ପୁତ୍ର ହନୁମାନ ସମସ୍ତଙ୍କର କଲ୍ୟାଣ କରିଥାନ୍ତି । ପ୍ରଭୁ ହନୁମାନ ବାଲବ୍ରହ୍ମଚାରୀ ଅଟନ୍ତି । ସେଥିପାଇଁ ଶାସ୍ତ୍ର ଅନୁସାରେ ମହିଳାମାନେ ଭଗବାନଙ୍କୁ ପୂଜା କରିବା ନିଷେଧ । ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ସିନ୍ଦୁର ଚଢାଇଲେ ଶୁଭ ହୋଇଥାଏ । ଏହାସିହତ ଏହି ଦିନ ଘରେ ନିଜେ କିମ୍ବା କୌଣସି ପଣ୍ଡିତଙ୍କୁ ଡାକି ସୁନ୍ଦରକାଣ୍ଡ ପାଠ କରନ୍ତୁ । ଆପଣମାନେ ଭାବୁଥିବେ ଯେ ମଙ୍ଗଳ ବାର ଦିନ କାହିଁକି ସୁନ୍ଦରକାଣ୍ଡ ପାଠ କରାଯିବ । ତେବେ ଆସନ୍ତୁ ଜାଣିବା ଏହାର କାରଣ..
ରାମାୟଣର ସବୁଠାରୁ ମୁଖ୍ୟ କାଣ୍ଡ ହେଉଛି ସୁନ୍ଦରକାଣ୍ଡ । ଏଥିରେ ପ୍ରଭୁ ହନୁମାନଙ୍କୁ ଶକ୍ତିକୁ ଦର୍ଶା ଯାଇଛି । ଯେତେବେଳେ ହନୁମାନ ମାତା ସୀତାଙ୍କୁ ଖୋଜିବା ପାଇଁ ଲଙ୍କା ଯାଇଥିଲେ ସେତେବେଳେ ସେ ଲଙ୍କାକୁ ଜଳାଇ ରାବଣଙ୍କୁ ତାଙ୍କର ଶକ୍ତିର ପରିଚୟ ଦେଇଥିଲେ । କୁହାଯାଏ ମଙ୍ଗଳବାର ଦିନ ଘରେ ସୁନ୍ଦରକାଣ୍ଡ ପାଠ କରାଗଲେ ତାହାଦ୍ୱାରା ଶତୃ ପରାସ୍ତ ହୋଇଥାନ୍ତି ।
ମଙ୍ଗଳବାର ହେଉଛି ହନୁମାନଙ୍କର ପ୍ରିୟ ଦିନ । ସେଥିପାଇଁ ଏହି ଦିନ ସୁନ୍ଦରକାଣ୍ଡ ପାଠ କରିବା ଲାଭଦାୟକ ହୋଇଥାଏ । ସୁନ୍ଦରକାଣ୍ଡରେ ହନୁମାନଙ୍କର ଶକ୍ତି ସହିତ ବୁଦ୍ଧି ଏବଂ ଜ୍ଞାନର ପ୍ରଦର୍ଶନ ଦେଖିବାକୁ ମିଳିଥାଏ । ବିଦ୍ୟାର୍ଥିଙ୍କୁ ପରୀକ୍ଷାରେ ସଫଳତା ପାଇଁ ଏହି କାଣ୍ଡ ପାଠ କରିବା ଉଚିତ୍ ।
ଯେଉଁ ଘରମାନଙ୍କରେ ମଙ୍ଗଳବାର ଦିନ ସୁନ୍ଦରକାଣ୍ଡ ପାଠ କରାଯାଏ ସେଠାରୁ ସମସ୍ତ ନକରାତ୍ମକ ଶକ୍ତି ଏବଂ ଭୂତ ପ୍ରେତ ଦୂର ହୋଇଥାନ୍ତି ।