ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୪ଧାମ ଯାତ୍ରା କରୁଥିବା ଯାତ୍ରୀଙ୍କର କରାଯିବ ଭେରିଫିକେଶନ । ଏହାସହିତ ରାଜ୍ୟରେ ଅସାମାଜିକ ତତ୍ୱର ଭେରିଫିକେସନ ପାଇଁ ମଧ୍ୟ ଅଭିଯାନ ଆରମ୍ଭ ହେବ । ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଆମ ରାଜ୍ୟ ହେଉଛି ଶାନ୍ତିପ୍ରିୟ । ଚାରିଧାମ ଯାତ୍ରା ନେଇ ସରକାର ପ୍ରସ୍ତୁତି କରିଛନ୍ତି । ଧର୍ମ ଓ ସଂସ୍କୃତିର ରକ୍ଷା କରିବା ସରକାରଙ୍କ ଦାୟିତ୍ୱ । ବାହାର ରାଜ୍ୟରୁ ଚାରିଧାମକୁ ଯାତ୍ରା ପାଇଁ ଆସୁଥିବା ଯାତ୍ରୀଙ୍କର ସଠିକ ସତ୍ୟପାଠ କରିବାକୁ ହେବ । ଯାହାଫଳରେ ଶାନ୍ତିପ୍ରତିଷ୍ଠା ହୋଇପାରିବ ।