ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୁହାଯାଏ ଭଗବାନ ଶିବ ଖୁବ୍ ଶୀଘ୍ର ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଧାର୍ମିକ ମାନ୍ୟତାନୁଯାୟୀ ଯେଉଁ ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ କୃପା ରହିଥାଏ ତାଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ । ସେହିପରି ସପ୍ତାହକ ସାତ ଦିନ ମଧ୍ୟରୁ ସୋମବାର ଶିବଙ୍କୁ ଅର୍ପଣ କରାଯାଇଛି । ଏହିଦିନ ମହାଦେବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ । ଏହି କୌଣସି କାର୍ଯ୍ୟ କଲେ ଶୁଭ ହୋଇଥାଏ । ଖାସ୍ କରି ଶିବଙ୍କ କୃପା ରହିଥାଏ । ଯଦି କୌଣସି ଭକ୍ତ ଶ୍ରଦ୍ଧା ମନରେ ସୋମବାର ଶିବଙ୍କୁ ପ୍ରାର୍ଥନା କରନ୍ତି ତେବେ ତାଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ସେହିପରି ସୋମବାର କିଛି ଉପାୟ କରିବା ଦ୍ୱାରା ମଧ୍ୟ ଶୁଭଫଳ ପ୍ରାପ୍ତି ହୋଇଥାଏ ।
ସୋମବାର ଉପାୟ:
– ସୋମବାର ସକାଳୁ ସ୍ନାନ ସାରି ଧୂଆ ବସ୍ତ୍ର ଅର୍ଥାତ ଧଳା , ହଳଦିଆ ଲାଲ ଓ ସବୁଜ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହାପରେ ମନ୍ଦିର ଯାଇ ଶିବଲିଙ୍ଗ କଞ୍ଚା ଖୀର ଅର୍ପଣ କରନ୍ତୁ ।
– ସୋମବାର ଭଗବାନ ଶିବଙ୍କୁ ପୂଜିବା ସମୟରେ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପନ୍ତୁ ।
– ସୋମବାର ରୋଷଘରେ ଗଙ୍ଗାଜଳ ରଖନ୍ତୁ । ମାନ୍ୟତା ରହିଛି କ ଏଭଳି କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ । ପରିବାରରେ ଶାନ୍ତି ଆସିଥାଏ ।
– ସୋମବାର ନନ୍ଦୀକୁ ଘାସ ଖୁଆନ୍ତୁ । ଏହାଦ୍ୱାରା ଅନ୍ନ-ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
– ଘରର ନକରାତ୍ମକ ଶକ୍ତି ଦୂର କରିବା ପାଇଁ ସୋମବାର ଚାନ୍ଦୀରେ ନିର୍ମିତ ତ୍ରିଶୁଳ ପୂଜା ଘରେ ରଖନ୍ତୁ । ଏଭଳି କରିବା ଦ୍ୱାରା ଘରେ ପ୍ରଗତି ହୋଇଥାଏ ।
– ମହୁରେ ଗଙ୍ଗାଜଳ ମିଶାଇ ଶିବଲିଙ୍ଗ ଚଢାନ୍ତୁ । ଏଭଳି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।
– ସୋମବାର ଶିବଙ୍କୁ ପୂଜା କରି ସାରିବା ପରେ ଧଳା ଗାଇକୁ ରୁଟି ଆଉ ଗୁଡ ଖୁଆନ୍ତୁ । ଏଭଳି କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ ।
– ସୋମବାର ମୁଠାଏ ଗହମ ଶିବଲିଙ୍ରେ ଅର୍ପଣ କରନ୍ତୁ । କୁହାଯାଏ କି ଏଭଳି କରିବା ଦ୍ୱାରା ପିଲାଙ୍କ ମନ ପାଠପଢାରେ ଲାଗିଥାଏ ।