ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଏକ ପ୍ରମୁଖ ବ୍ରତ ହେଉଛି କରୱା ଚୌଥ । ବିବାହିତ ବହିଳାମାନେ ସେମାନଙ୍କ ସ୍ୱାମୀ ପାଇଁ ଏହି ବ୍ରତ ରଖିଥାନ୍ତି । କିନ୍ତୁ କିଛି କାମ ରହିଛି ଯାହାକୁ କରୱାଚୌଥ ଦିନ ବିଲକୁଲ କରିବା ଉଚିତ୍ ନୁହେଁ । ନଚେତ୍ ବ୍ରତର ଫଳ ପ୍ରାପ୍ତି ହୁଏ ନାହିଁ ।
ଧାର୍ମିକ ମାନ୍ୟତାନୁସାରେ କରୱାଚୌଥ ଦିନ ମହିଳାମାନେ ସିଲେଇ, ଏବଂ ବୁଣା ବୁଣି ଆଦିରୁ ଦୂରେଇ ରହିବା ଉଚିତ୍ । ଏହିଦିନ ବୁଣା ବୁଣି ଏବଂ ସିଲେଇ କରିବା ଉଚିତ୍ ନୁହେଁ । ଏଭଳି କରିବା ଅଶୁଭ ହୋଇଥାଏ ।
ବିବାହିତ ମହିଳାମାନଙ୍କ ପାଇଁ କରୱାଚୌଥ ବ୍ରତ ଖୁବ୍ ମହତ୍ୱପୂର୍ଣ୍ଣ ଅଟେ । ଏହି ବ୍ରତ ଦିନ କୌଣସି ଧଳା ରଙ୍ଗର ବସ୍ତୁ ଦାନ କରିବା ଉଚିତ୍ ନୁହେଁ । ଏଭଳି କରିବା ଅଶୁଭ ହୋଇଥାଏ । ସେଥିପାଇଁ ଧଳା କପଡା, ଖୀର, ଚାଉଳ, ଦହି ଏବଂ ଧଳା ମିଠା ଆଦି ଦାନ କରନ୍ତୁ ନାହିଁ ।
କରୱାଚୌଥ ବ୍ରତ ପୂଜାରେ ବସ୍ତ୍ର ରଙ୍ଗର ମହତ୍ୱ ରହିଛି । ଏହି ବ୍ରତରେ ସଧବା ମହିଳା ମାନେ ୧୬ ଶୃଙ୍ଗାର କରି ପୂଜା କରିବାର ବିଧି ରହିଛି । ସେଥିପାଇଁ ମହିଳାମାନେ ବସ୍ତ୍ର ଚୟନ କରିବା ସମୟରେ କଳା ରଙ୍ଗର ବସ୍ତ୍ର ଚୟନ କରିବା ଉଚିତ୍ ନୁହେଁ । ଏହା ଅଶୁଭ ହୋଇଥାଏ ।
ବ୍ରତଧାରୀ ମାନେ ଏହି ଦିନ ଅବଶବ୍ଧ ବ୍ୟବହାର କରିବା ଉଚିତ୍ ନୁହେଁ । ସେହିପରି କାହାରି ଅପମାନ କରିବା କଥା ନୁହେଁ ।