ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧିବିଧାନ ସହ ବିଷ୍ଣୁ ଭଗବାନଙ୍କୁ ପୂଜା କରାଯାଇଥାଏ । ଏହାସହିତ ଭଗବାନ ବିଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି । ତେବେ ଆସନ୍ତୁ ଜାଣିବା..
– ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ସାରି ଓଁ ବ ବୃହସ୍ପତେ ନମଃ ଏବଂ ଓଁ ନମୋ ଭଗବତେ ବାସୁଦେବାୟ ଜପନ୍ତୁ । ଏହାସହିତ କୌଣସି ପ୍ରକାରର ଦୋଷକୁ ଦୂର କରିବା ପାଇଁ ପାଣିରେ ସାମାନ୍ୟ ହଳଦୀ ମଶାଇ ସ୍ନାନ କରନ୍ତୁ ଏବଂ ହଳଦିଆ ବସ୍ତ୍ର ଧାରଣ କରନ୍ତୁ ।
– ସ୍ନାନ ସାରି ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଘିଅ ଦୀପ ଜାଳନ୍ତୁ ଏବଂ ହଳଦିଆ ରଙ୍ଗର ଫୁଲ ସହିତ ଭଗବାନଙ୍କୁ ଭୋଗରେ ତୁଳସୀ ଅର୍ପଣ କରନ୍ତୁ । ପୁଣି ହଳଦୀ , ଚନ୍ଦନ, କେସର ଦ୍ୱାରା ଶ୍ରୀହରିଙ୍କ ଅଭିଶେକ କରନ୍ତୁ । ନିଜ ମଥାରେ ତିଲକ ଲଗାନ୍ତୁ ।
– ବିଷ୍ଣୁଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ସେଥିପାଇଁ ଗୁରୁବାର ଦିନ ବ୍ରାହ୍ମଣଙ୍କୁ ହଳଦିଆ ଜିନିଷ ଦାନ କରନ୍ତୁ ।
– ଗୁରୁବାର ବ୍ରତ ରଖୁଥିବା ବ୍ୟକ୍ତି କଦଳୀ ଗଛ ପୂଜା କରିବା ଉଚିତ୍ ।
– ଗୁରୁବାର ଦିନ କୌଣସି ଧାର ଉଦ୍ଧାର ନେବା କଥା ନୁହେଁ କି ଦେବା କଥା ନୁହେଁ ।