ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବୁଧବାର ହେଉଛି ଭଗବାନ ଗଣେଶଙ୍କ ବାର । ଏହିଦିନକୁ ଗଜାନନଙ୍କୁ ସମର୍ପିତ କରାଯାଇଛି । ଭଗବାନ ଗଣେଶ ହେଉଛନ୍ତି ମଙ୍ଗଳକର୍ତ୍ତା, ବିଘ୍ନହର୍ତା । ତାଙ୍କ ଆରାଧନାରେ ସମସ୍ତ ବିଘ୍ନ ହରଣ ହୋଇଥାଏ । ସେହିପରି କିଛି ଉପାୟ ମଧ୍ୟ ରହିଛି ଯାହାକୁ ଆଜିର ଦିନ ମାନେ ବୁଧବାର କରିବା ଦ୍ୱାରା ଧନ-ବୈଭବ ପ୍ରାପ୍ତି ହେବ । କାର୍ଯ୍ୟରେ ସଫଳତା ମିଳିବ ।
– ବୁଧବାର ଦିନ ଭଗବାନ ଗଣେଶଙ୍କ ପୂଜାରେ ଦୁବ ଅର୍ପଣ କରନ୍ତୁ । ତାଙ୍କୁ ପ୍ରସାଦରେ ମୋଦକ ଲଗାନ୍ତୁ । ଗଣେଶଙ୍କ ପ୍ରିୟ ହେଉଛି ମୋଦକ ଏବଂ ଦୁବ । ପୂଜାରେ ଏହି ଦୁଇଟି ଜିନିଷ ଲଗାଇବା ଦ୍ୱାରା ବହୁତ ଶୀଘ୍ର ଗଜାନନ ପ୍ରସନ୍ନ ହୋଇଥାନ୍ତି । ତାଙ୍କ କୃପାରୁ ବ୍ୟକ୍ତିଙ୍କୁ କାର୍ଯ୍ୟରେ ସଫଳତା ମିଳିଥାଏ । ଧନ-ଦୈଲତ ଆଦି ବୃଦ୍ଧି ହୋଇଥାଏ ।
– ବୁଧବାର ଦିନ ଗଜାନନଙ୍କ ପୂଜା ସମୟରେ ଅଥର୍ବଶୀର୍ଷ ପାଠ କରିବା ଉଚିତ୍ । ଏହାର ପ୍ରଭାବରେ ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ । କାର୍ଯ୍ୟରେ ସଫଳତା ମିଳିଥାଏ ।
– ବୁଧବାର ଦିନ ମୁଗ ଦାନ କରିବା ଶୁଭ ହୋଇଥାଏ । ଏହିଦିନ ମୁଗକୁ ସିଝାଈ ସେଥିରେ ଘିଅ ଏବଂ ଚିନି ମିଶା ଗାଇକୁ ଖାଇବାକୁ ଦିଅନ୍ତୁ । ମାନ୍ୟତା ରହିଛି କି ଏଭଳି କରିବା ଦ୍ୱାରା ଆର୍ଥିକ ଲାଭ ହୋଇଥାଏ ।
– ବୁଧବାର ଦିନ ଗଣେଶ ମନ୍ଦିର ଯାଇ ଗଜାନନଙ୍କୁ ଗୁଡ ଏବଂ ସୁଧ ଘିଅ ପ୍ରସାଦରେ ଚଢାନ୍ତୁ । ଏଭଳିୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ସେହି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଗଜାନନଙ୍କ ବିଶେଷ କୃପା ରହିଥାଏ ।
– ବୁଧବାର ଦିନ ସବୁଜ ରଙ୍ଗ ଶୁଭ ହୋଇଥାଏ । ସେଥିପାଇଁ ଏହିଦିନ ସବୁଜ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ୍ ।