ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୁଧବାର ଶ୍ରଦ୍ଧା ମନରେ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଧାର୍ମିକ ମାନ୍ୟତାନୁସାରେ ବୁଧବାର ଗଣେଶ ଭଗବାନଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଏବଂ ଖୁସୀ ଆସିଥାଏ । ଏହାସହିତ ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜାତରେ ବୁଧ ଦୋଷ ରହିବା ଦ୍ୱାରା ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ଜାତକରେ ବୁଧଗ୍ରହକୁ ମଜବୁତ କରିବା ପାଇଁ ଜ୍ୟୋତିଷମାନେ ପରାମର୍ଶ ଦେଇଥାନ୍ତି । ଜ୍ୟୋତିଷଶାସ୍ତ୍ରରେ ବୁଧବାର ଦିନ ବିଶେଷ ଉପାୟ କରିବାର ବିଧି ମଧ୍ୟ ରହିଛି । ଏହି ଉପାୟ କରିବା ଦ୍ୱାରା ଭଗବାନ ଗଣେଶଙ୍କ କୃପା ବ୍ୟକ୍ତିଙ୍କ ଉପରେ ରହିଥାଏ । ଏହାସହିତ ବୁଧଗ୍ରହ ମଧ୍ୟ ମଜବୁତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଉପାୟ..
– ଯଦି ଆପଣ ଗଣେଶ ଭଗବାନଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ବିଧି ବିଧାନ ସହ ଗଣପତିଙ୍କ ପୂଜା କରନ୍ତୁ । ପୂଜାରେ ଗଣେଶଙ୍କୁ ହଳଦିଆ ଚନ୍ଦନର ତିଳକ ଲଗାନ୍ତୁ ।ଏହାପରେ ନିଜ ମଥାରେ ତିଳକ ଲଗାନ୍ତୁ । ଏଭଳି କରିବା ଦ୍ୱାରା ଭଗବାନ ଗଣେଶଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
– ଯଦି ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ତେବେ ବୁଧବାର ପୂଜାରେ ଗଣେଶ ଭଗବାନଙ୍କୁ ଦୁବ ଏବଂ ମୋଦକ ଅର୍ପଣ କରନ୍ତୁ ।ଏହି ଉପାୟ କରିବା ଦ୍ୱାରା ଆୟ ଏବଂ ସୌଭାଗ୍ୟ ବୃଦ୍ଧି ହୋଇଥାଏ । ଏହାସହିତ ବିଗିଡି ଯାଇଥିବା କାମ ମଧ୍ୟ ହୋଇଥାଏ ।
– ଜ୍ୟୋତିଶଙ୍କ ମତରେ ଜାତକରେ ବୁଧଗ୍ରହ କମଜୋର ହେବା ଦ୍ୱାରା ଶୁଭ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହୋଇନଥାଏ । ଏଭଳି ସ୍ଥିତିରେ ବ୍ୟକ୍ତିଙ୍କୁ ଗଣେଶ ଭଗବାନଙ୍କର ପୂଜା କରିବା ଉଚିତ୍ । ଏହାସହିତ ବୁଧବାର ଆଦି ଶକ୍ତି ମା ଦୁର୍ଗାଙ୍କୁ ଶୋଳ ଶୃଙ୍ଗାର ଜିନିଷ ଅର୍ପଣ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ସୁଖ-ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ଏହାସହିତ ଶୁଭ କାର୍ଯ୍ୟରେ ସିଦ୍ଧି ହୋଇଥାଏ ।