ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ଯୁଗରେ ବ୍ୟକ୍ତିଙ୍କ ପାଇଁ ଟଙ୍କା ନିହାତି ଆବଶ୍ୟକ । ଟଙ୍କା ବିନା ସବୁ କିଛି ଅସମ୍ଭବ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ବ୍ୟାଙ୍କ ବାଲାନ୍ସ ବଢାଇବା ଚିନ୍ତାରେ ରହିଥାନ୍ତି । ନିଜର କଠିନ ପରିଶ୍ରମ ଦ୍ୱାରା ହିଁ ଆପଣ ଆପଣଙ୍କର ସ୍ଥିତିର ସୁଧାର କରିପାରିବେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ଆପଣଙ୍କ ଘରର ଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ଯଦି ଆପଣଙ୍କ ଘରେ ସକରାତ୍ମକ ଶକ୍ତି ଅଧିକ ଥାଏ, ତେବେ ଘରର ସମସ୍ତ ସଦସ୍ୟଙ୍କ ମନ ସକରାତ୍ମକ ରହିବ ଏବଂ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ । ଏହାବ୍ୟତିତ ନକରାତ୍ମକ ଶକ୍ତି ବ୍ୟକ୍ତିଙ୍କ ଅସଫଳ କରାଇଥାଏ । ଏହାସହିତ ଧନ ହାନି । ଏହି ସବୁ କଥାକୁ ଦୃଷ୍ଟିରେ ରଖି ଆଜି ଆମେ କିଛି ବିଶେଷ ଉପାୟ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଏହି କାମକୁ ନିୟମିତ କରିବେ ତେବେ ଆପଣଙ୍କ ଘରେ ଧନ ବୃଦ୍ଧି ହେବ । ପ୍ରକୃତରେ ଏହି ସବୁ କାମ ଘରର ସକରାତ୍ମକ ଶକ୍ତି ବୃଦ୍ଧି କରାଇଥାଏ ।
ରଙ୍ଗୋଲି କରିବା: ସାଧାରଣତଃ ଲୋକେ ସ୍ୱତନ୍ତ୍ର ଉତ୍ସବରେ ଘରେ ରଙ୍ଗୋଲି ବନାଇ ଥାନ୍ତି । କିନ୍ତୁ ଯଦି ଆପଣ ଘରେ ନିୟମିତ ରଙ୍ଗୋଲି ତିଆରି କରିବେ ତେବେ ମା’ ଲକ୍ଷ୍ମୀଙ୍କ କୃପା ଲାଭ ହେବ । ଆପଣ ଘରେ ଏକ ଛୋଟିଆ ରଙ୍ଗୋଲି ବି ତିଆରି କରିପାରିବେ ।
କର୍ପୂର ଜଳାନ୍ତୁ:- ଘରେ ନିୟମିତ ସନ୍ଧ୍ୟାରେ ଆଳତୀ କରନ୍ତୁ । ଏହି ଆଳତୀର ସୁଗନ୍ଧରେ ଆପଣଙ୍କ ଘରେ ଏକ ସକରାତ୍ମକ ଶକ୍ତିର ପ୍ରଭାବ ଆରମ୍ଭ ହୋଇଥାଏ ।
ଘରେ ପ୍ରବେଶ କଲେ ଡାହଣ ପାଦ ପକାନ୍ତୁ:- ଯେତେବେଳେ ଆପଣ ଘରେ ବା ଅଫିସ୍ ରେ ପ୍ରବେଶ କରୁଛନ୍ତି , ସେହି ସମୟରେ ପ୍ରଥମେ ଡାହାଣ ପାଦ ପ୍ରଥମେ ପକାନ୍ତୁ । ଏଭଳି କରିବା ଶୁଭ ହୋଇଥାଏ ।
ଘର ପୋଛା ପାଣି: ଯେତେବେଳେ ଆପଣ ଘର ପୋଛା ମାରୁଛନ୍ତି ସେହି ପାଣିକୁ କଦାପି ବାଥରୁମ୍ ରେ ପକାନ୍ତୁ ନାହିଁ । ଏହି ପାଣିକୁ ଆପଣ ଘରର ବାହାରେ ପକାନ୍ତୁ । ଏଭଳି କରିବା ଦ୍ୱାରା ଘରର ନକରାତ୍ମକ ଶକ୍ତି ଦୂର ହେବ ।
ପଶୁଙ୍କ ଭୋଜନ କରାଇବା: ଗାଇ, କୁକୁର, ବିଲେଇ ଆଦି ଯେକୌଣସି ପଶୁକୁ ଭୋଜନ କରାଇବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ । ଆପଣ ପକ୍ଷୀ ମାନଙ୍କ ପାଇଁ ବି ଦାନା ପକେଇ ପାରିବେ । ଏଭଳି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଆପଣଙ୍କରଏଭଳି ଦୟାଭାବନା ଦେଖି ଭଗବାନ ବି ଖୁସି ହୋଇଯାଇଥାନ୍ତି ।