ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ପ୍ରତ୍ୟେକ ବ୍ୟକ୍ତି କିଛି ନି କିଛି କାରଣ ପାଇଁ ସମସ୍ୟାରେ ରହିଥାନ୍ତି । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଏବଂ ସେମାନଙ୍କ ମନୋସ୍କାମନା ପୂରଣ କରିବା ପାଇଁ ଚେଷ୍ଟା ମଧ୍ୟ ଜାରି ରଖିଥାନ୍ତି । କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ନା କେବେ ସମସ୍ୟା ଦୂର ହୋଇଥାଏ, ନା ତାଙ୍କର ମନୋସ୍କାମନା କେବେ ପୂରଣ ହୋଇଥାଏ । ମାତ୍ର ଯେଉଁ ବ୍ୟକ୍ତି ହୃଦୟର ସହିତ ଦେବା-ଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ତାଙ୍କର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ।
ହିନ୍ଦୁ ଧର୍ମର ପ୍ରମୁଖ ଦେବୀ ହେଉଛନ୍ତି ମା’ ଦୁର୍ଗା । ଲୋକେ ତାଙ୍କୁ ଦେବୀ ବା ଶକ୍ତି ବୋଲି ଉଚ୍ଚାରଣ କରନ୍ତି । ସେ ହେଉଛନ୍ତି ଶାକ୍ତ ସମ୍ପ୍ରଦାୟର ମୁଖ୍ୟ ଦେବୀ, ତାଙ୍କ ତୁଳନା ପରମ ବ୍ରହ୍ମଙ୍କ ସହ କରାଯାଇଥାଏ । ଦୁର୍ଗାଙ୍କୁ ଆଦି ଶକ୍ତି, ପ୍ରଧାନ ପ୍ରକୃତି, ଗୁଣବତି ମାୟା, ବୃଦ୍ଧିତତ୍ୱର ଜନନୀ ବୋଲି ମଧ୍ୟ କୁହାଯାଇଥାଏ । ମାନ୍ୟତା ରହିଛି କି ଶାନ୍ତି,ସମୃଦ୍ଧି ତଥା ଧର୍ମ ଉପରେ ଆଘାତ କରୁଥିବା ରାକ୍ଷସୀ ଶକ୍ତିର ବିନାଶ କରିଥାନ୍ତି ମା ଦୁର୍ଗା । ମା’ ଙ୍କ ଅନେକ ରୂପ ରହିଛି । ସେହି ରୂପ ମଧ୍ୟରୁ ମୁଖ୍ୟ ରୂପ ହେଉଛି ‘ଗୌରୀ’, ଅର୍ଥାତ ମାଙ୍କର ଶାନ୍ତମୟ, ସୁନ୍ଦର ଓ ଗୋରା ରୂପ । ମା’ଙ୍କର ସବୁଠାରୁ ଭୟାନକ ରୂପ ହେଉଛି କାଳୀ ।
ଆଜି ଆମେ ଆପଣଙ୍କ ମାତାଙ୍କ ସମ୍ବନ୍ଧରେ କିଛି କହିବାକୁ ଯାଉଛୁ । ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଏଭଳି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଜୀବନର ନୂତନ ଆଶା ଆକାଂକ୍ଷାକୁ ସଫଳ କରିବ । କେବଳ ଏତିକି ନୁହେଁ ଯଦି ଆପଣଙ୍କ ଜୀବନରେ ଦୁଃଖ ବ୍ୟତିତ ଆଉ କିଛି ନାହିଁ । ତେବେ ଏହି ଉପାୟକୁ ଆପଣ ନିଶ୍ଚିତ ରୂପେ ଆପଣାନ୍ତୁ । ଏହାପରେ ଆପଣଙ୍କ ଜୀବନରେ ଖୁସୀର ଲହରୀ ଖେଳି ଉଠିବ । ସେଥିପାଇଁ ଆପଣଙ୍କୁ ଏକ ଛୋଟ ଉପାୟ କରିବାକୁ ହେବ । ତାହା ହେଉଛି ମାତା ଦୁର୍ଗାଙ୍କୁ ଏକ ସୁନ୍ଦର ଓଢଣୀ ସମର୍ପିତ କରନ୍ତୁ ।
ଯଦି ଆପଣ ମାତା ରାଣୀଙ୍କୁ ଓଢଣୀ ସମର୍ପିତ କରିବେ ତେବେ ଆପଣଙ୍କ ଜୀବନର ସମସ୍ତ ମନୋସ୍କାମନା ପୂରଣ ହୋଇଯିବ । ସେଥିପାଇଁ ଆପଣ ଭକ୍ତିର ସହିତ ଦେବୀ ମା’ଙ୍କ ମନ୍ଦିରକୁ ଯାଇ ତାଙ୍କୁ ଏକ ଓଢଣୀ ସମର୍ପିତ କରନ୍ତୁ । ସବୁଠାରୁ ଖାସ୍ କଥା ହେଉଛି ସେହି ଓଢଣୀରେ ଲାଲ ରଙ୍ଗର ସୂତାରେ ମା ଲେଖି ଦେବୀ ମାତାଙ୍କ ଉପରେ ଚଢାଇବା ଦ୍ୱାରା ମା’ ଅଧିକ ପ୍ରସନ୍ନ ହୋଇଥାନ୍ତି ।