ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭକ୍ତଙ୍କ ସଙ୍କଟ ଏବଂ ବିଘ୍ନ ହରଣ କରିବା ଯୋଗୁଁ ଗୌରୀସୂତ ଗଣେଶଙ୍କୁ ବିଘ୍ନହର୍ତା ଏବଂ ମଙ୍ଗଳକାର୍ଯ୍ୟ କରିବା ହେତୁ ତାଙ୍କୁ ମଙ୍ଗଳକର୍ତ୍ତା ବୋଲି ମଧ୍ୟ କୁହାଯାଇଥାଏ । ବୁଧଗ୍ରହର କାରକ ଦେବ ହେଉଛନ୍ତି ଗଣେଣ । ସେଥିପାଇଁ ବୁଧବାର ଗଣେଶଙ୍କୁ ସମର୍ପିତ କରାଯାଇଛି । ମାନ୍ୟତା ରହିଛି କି ବୁଧବାର ଗଣେଶଙ୍କ ବ୍ରତ ବା ପୂଜା କରିବା ଦ୍ୱାରା ଗଣେଶ ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ସେହିପରି ଆଜି ଆମେ ଆପଣଙ୍କ କିଛି ଉପାୟ କହିବାକୁ ଯାଉଛୁ । ଯାହାକୁ ବୁଧବାର ଦିନ କରିବା ଦ୍ୱାରା ଗଣେଶ ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।
ଭଗବାନ ଗଣେଶଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ବୁଧବାର ଦିନ କୌଣସି ମନ୍ଦିରକୁ ଯାଇ ଗଣେଶ ମୂର୍ତ୍ତି ଉପରେ ଗୁଡ ଏବଂ ଦୁବ ଘାସ ଚଢାଇବା ଉଚିତ । ଏହାଦ୍ୱାର ଆପଣଙ୍କ ସମସ୍ତ ମନସ୍କାମନା ପୁରଣ ହେବ ।
ଜୀବନରେ ଆସିବାକୁ ଥିବା ସମସ୍ୟା ଏବଂ ବାଧା ଦୂର କରିବା ପାଇର୍ ବୁଧବାର ଦିନ ହାତିକୁ ସବୁଜ ଘାସ ଖୁଆଇବା ଉଚିତ୍ । ଏହାଦ୍ୱାରା ଗଣେଶଙ୍କ କୃପା ପ୍ରାପ୍ତି ହୋଇଥାଏ ଏବଂ ସଙ୍କଟ ଦୂର ହୋଇଥାଏ ।
ନକରାତ୍ମକ ଶକ୍ତି ଦୂର କରିବା ପାଇଁ ବୁଧବାର ଦିନ ଧଳା ରଙ୍ଗର ଗଣେଶ ମୂର୍ତ୍ତି ସ୍ଥାପନା କରିବା ଉଚିତ୍ ।
ପାରିବାରିକ କଳହ ଦୂର କରିବା ପାଇଁ ବୁଧବାର ଦିନ ଗଣେଶଙ୍କଠାରେ ୧୧ଟି ଦୁବ ଚଢାଇବା ଉଚିତ୍ ।
ସେହିପରି ଗଣେଶଙ୍କୁ ଲାଲ ସିନ୍ଦୁର ତିଳକ ଲଗାଇବା ଦ୍ୱାରା ଜୀବନରେ ସୌଭାଗ୍ୟ ତଥା ଖୁସୀ ସଂଚାର ହୋଇଥାଏ ।