ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନୂଆ ଘର ହେଉ ଅବା ଅଫିସ୍, ସୁଖ ଶାନ୍ତି ଏବଂ ଲାଭ ପାଇଁ ପ୍ରତ୍ୟେକ ବ୍ୟକ୍ତି ବାସ୍ତୁ ହିସାବରେ କାମ କରିବାକୁ ପସନ୍ଦ କରିଥାନ୍ତି । ବାସ୍ତୁର ଚମକ୍ରାରୀ ଲାଭ କାହାରିକୁ ଅଜଣା ନାହିଁ । ମାତ୍ର ବାସ୍ତୁ ପଛରେ ରହିଥିବା ବୈଜ୍ଞାନିକ ପ୍ରଭାବ ବିଷୟରେ ଏପର୍ଯ୍ୟନ୍ତ ଅନେକ ଲୋକ ଅଜଣା ଅଛନ୍ତି । ବାସ୍ତୁ ନିୟମ ଅନୁଯାୟୀ ଘର କିମ୍ବା ଅଫିସ୍ ରେ କୌଣସି ଏକ ନିର୍ଦ୍ଧଷ୍ଟ ସ୍ଥାନ ଘଣ୍ଟା ଲଗାଇବା ପାଇଁ ରିଜର୍ଭ କରି ରଖାଯାଇଥାଏ । କିନ୍ତୁ କିଛି ବ୍ୟକ୍ତି ଘରର ଯେକୌଣସି କାନ୍ଥରେ ଘଣ୍ଟାକୁ ଟାଙ୍ଗି ଦେଇଥାନ୍ତି । ବାସ୍ତୁ ହିସାବରେ ଏଭଳି କରିବା ସମ୍ପୂର୍ଣ୍ଣ ଭୁଲ୍ । ସେଥିପାଇଁ ଘରର ଯେକୌଣସି କୋଣ ହେଉ ଅବା କାନ୍ଥରେ ଘଣ୍ଟା ଟାଙ୍ଗିବା ପୂର୍ବରୁ ଧ୍ୟାନ ରଖନ୍ତୁ କିଛି କଥା ଉପରେ..
– ଦକ୍ଷୀଣ କୋଣରେ ଥିବା ଘରର ଯେକୌଣସି କାନ୍ଥରେ ଘଣ୍ଟା ଟାଙ୍ଗିବା ଅଶୁଭ ।
– ବାସ୍ତୁ ଅନୁସାରେ ପୂର୍ବ, ପଶ୍ଚିମ ଏବଂ ଉତ୍ତର କୋଣରେ ଥିବା ଘରର କାନ୍ଥରେ ଘଣ୍ଟା ଲଗାଇବା ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
– ଘର କିମ୍ବା ଅଫିସ ରେ ଘଣ୍ଟି ବାଜୁଥିବା ଘଣ୍ଟା ଲଗାଇବା ଶୁଭ । ଏହି ଘଣ୍ଟାରୁ ବାହାରୁ ଥିବା ଶବ୍ଧ ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ ।
– ମୁଖ୍ୟଦ୍ୱାର ଉପରେ କିମ୍ବା ସାମ୍ନାରେ ଥିବା କାନ୍ଥରେ ଘଣ୍ଟା ଟାଙ୍ଗିବା ଉଚିତ୍ ନୁହେଁ । ଏହା ଅଶୁଭ ହୋଇଥାଏ ।
– କାନ୍ଥରେ ଟଙ୍ଗା ହୋଇଥିବା ଖରାପ ଘଣ୍ଟାକୁ ବି ଅଶୁଭ କୁହାଯାଏ । ଘରେ ଲାଗିଥିବା ଘଣ୍ଟା ଯଦି ବନ୍ଦ ହୋଇ ପଡିଛି , ତାକୁ ତୁରନ୍ତ ସଜାଡି ଦିଅନ୍ତୁ । ନଚେତ୍ ଏହାଦ୍ୱାରା ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପଡିପାରେ ।