ପୁରୀ (ଏଟିଆର ବ୍ୟୁରୋ): ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିକୁ ସ୍ନାନ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ । ଆଜି ଚତ୍ତୁର୍ଦ୍ଧାମୂରତିଙ୍କ ସ୍ନାନ ଯାତ୍ର । ବିଭିନ୍ନ ନୀତି ସରିବା ପରେ ଆରମ୍ବ ହୋଇଯାଇଛି ଜଳ ବିଜେ । ୧୦୮ କଳସ ଜଳରେ ଚାଲିଛି ଚତ୍ତୁର୍ଦ୍ଧାମୂରତିଙ୍କ ସ୍ନାନ । ପବିତ୍ର ଜଳରେ ସ୍ନାନ ନୀତି ଚାଲିଛି । ଆହା କି ଅପୂର୍ବ ଦୃଶ୍ୟ । ସୁନା କୂଅର ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ ।
ମହାମାରୀ କରୋନା ପାଇଁ କଟକଣା ଯୁକ୍ତ ଚାଲିଛି ସ୍ନାନ ଯାତ୍ରା ନୀତି । ସୀମିତ ସେବାୟତରେ ଚାଲିଛି ନୀତି କାନ୍ତି । ଶ୍ରଦ୍ଧାର ସହ ମହାପ୍ରଭୁଙ୍କର ସ୍ନାନ ନୀତି କରି ଚାଲିଛନ୍ତି ସେବାୟତ । ଆଜି ଭକ୍ତ ବିହିନେ ସ୍ନାନ କରୁଛନ୍ତି ଶ୍ରୀଜିଉ ।