ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୮ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହିଦିନ ସ୍ନାନ ସହ ଦାନର ମଧ୍ୟ ଖୁବ୍ ମହତ୍ୱ ରହିଛି । ଏହାସହିତ ରାଶିନୁସାରେ ଦାନ କରିବା ଦ୍ୱାରା ନିଜ ଇଛାନୁଯାୟୀ ଫଳ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କଣ ଦାନ କରିବା ଶୁଭ ହୋଇଥାଏ ।
କାର୍ତ୍ତିକ ପୂର୍ଣ୍ଣିମାରେ ମେଷ ରାଶିର ବ୍ୟକ୍ତି ଗୁଡ ଦାନ କରିବା ଶୁଭ ହୋଇଥାଏ । ଏହି ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ଏବଂ ଲାଲ ରଙ୍ଗର ଜିନିଷ ଦାନ କରିବା ଦ୍ୱାରା ମଙ୍ଗଳଙ୍କ ଶୁଭତା ପ୍ରାପ୍ତ ହୋଇଥାଏ ।
ବୃଷ ରାଶିର ବ୍ୟକ୍ତି କାର୍ତ୍ତିକ ପୂର୍ଣ୍ଣିମାରେ ଗରମ ପୋଷାକ ଗରିବ ଲୋକଙ୍କୁ ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଧନ-ସମ୍ପତ୍ତି ଦୁଇ ଗୁଣା ବୃଦ୍ଧି ହୋଇଥାଏ ।
ମିଥୁନ ରାଶିର ବ୍ୟକ୍ତି କାର୍ତ୍ତିକ ପୂର୍ଣ୍ଣିମାରେ ସକାଳୁ ସ୍ନାନ ସାରି ସବୁଜ ମୁଗ ଦାନ କରନ୍ତୁ । ଏହାଦ୍ୱାରା ବୈବାହିକ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବା ସହ ବିବାହ ଯୋଗ ମଧ୍ୟ ବନିଥାଏ ।
କାର୍ତ୍ତିକ ପୂର୍ଣ୍ଣିମାରେ କର୍କଟ ରାଶିର ବ୍ୟକ୍ତିଙ୍କୁ ଚାଉଳ ଦାନ କରିବା ଉତ୍ତମ ହୋଇଥାଏ । ଏହାଦ୍ୱାରା ମାନସିକ ଏବଂ ଶାରିରୀକ କଷ୍ଟ ଦୂର ହୋଇଥାଏ ।
ସିଂହ ରାଶିର ଲୋକଙ୍କ ପାଇଁ ଗହମ ଦାନ କରିବା ଶୁଭ ହୋଇଥାଏ । ଏହାଦ୍ୱାରା ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ବାଧା ଦୂର ହୋଇଥାଏ ।
କନ୍ୟା ରାଶିର ସ୍ୱାମୀ ହେଉଛନ୍ତି ବୁଧ । ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଗୋ-ସେବା କରିବା ଫଳଦାୟୀ । ଗାଇକୁ ସବୁଜ ଘାସ ଖୁଆନ୍ତୁ ।
କାର୍ତ୍ତିକ ପୂର୍ଣ୍ଣିମାରେ ତୁଳା ରାଶିର ବ୍ୟକ୍ତି ଖୀର ବା ଦହି ଦାନ କରନ୍ତୁ । କୁହାଯାଏ ଏହାଦ୍ୱାରା ବିଷ୍ଣୁ ସହ ଶୁକ୍ରଙ୍କ କୃପା ପ୍ରାପ୍ତି ହୋଇଥାଏ । ଜାତକରେ ଶୁକ୍ର ଗ୍ରହ ମଜବୁତ ହୋଇଥାଏ ।
ବିଛା ରାଶିର ବ୍ୟକ୍ତି କାର୍ତ୍ତିକ ପୂର୍ଣ୍ଣିମାରେ ଅସହାୟ ଗରିବକୁ ଚଣା ବାଣ୍ଟନ୍ତୁ । ଏହାଦ୍ୱାରା ଜୀବନରେ ଖୁସୀ ଆସିଥାଏ ।
କାର୍ତ୍ତିକ ପୂର୍ଣ୍ଣିମାରେ ଧନୁ ରାଶିର ବ୍ୟକ୍ତି ବାଜରା ଦାନ କରନ୍ତୁ ।ଏହାଦ୍ୱାର ପରିବାରରେ ସମସ୍ୟା ଦୂର ହୋଇଥାଏ ।
ମକର ରାଶିର ବ୍ୟକ୍ତିଙ୍କୁ କାର୍ତ୍ତିକ ପୂର୍ଣ୍ଣିମାରେ କମ୍ବଳ ବାଣ୍ଟିବା ଉଚିତ୍ । ଏହିଦିନ ଗରିବକୁ ସାହାଯ୍ୟ କଲେ ଶନିଦେବଙ୍କ ଶୁଭତା ପ୍ରାପ୍ତି ହୋଇଥାଏ ।
କୁମ୍ଭ ରାଶିର ବ୍ୟକ୍ତି ଏହିଦିନ କଳା ବିରି ଦାନ କରନ୍ତୁ । ଏହାଦ୍ୱାରା ରୋଗ, ସଙ୍କଟରୁ ଲଢିବାର ଶକ୍ତି ପ୍ରାପ୍ତ ହୋଇଥାଏ ।
କାର୍ତ୍ତିକ ପୂର୍ଣ୍ଣିମାରେ ମୀନ ରାଶିର ବ୍ୟକ୍ତି ବେସନରେ ତିଆରି ମିଠା ଦାନ କରିବା ଉଚିତ୍ । ସ୍ୱାସ୍ଥ୍ୟ ଲାଭ ପାଇଁ ଏହି ଉପାୟ ଲାଭକାରୀ ହୋଇଥାଏ ।