ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ଦେବ ଗୁରୁ ବୃହସ୍ଫତିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହିଦିନ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି । ଏହିଦିନ ପୂଜା ପାଇଁ ସମସ୍ତ ଜିନିଷ ହଳଦିଆ ରଙ୍ଗର ବ୍ୟବହାର କରିବା ଉଚିତ୍ । ଏହା ଖୁବ୍ ମହତ୍ୱପୂର୍ଣ୍ଣ । ସେହିପରି ଆଉ କିଛି ଜିନିଷ ରହିଛି ସେଥିରୁ ଦୂରେଇ ରହିବା ଉଚିତ୍ । ଗୁରୁବାର ପୂଜାରେ ଘରେ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ । ସେହିପରି ହଳଦିଆ ବସ୍ତୁ ଦାନ କରିବା ଦ୍ୱାରା ମନ ଶାନ୍ତି ରହିବା ସହିତ ଘରକୁ ସୁଖ ଆସିଥାଏ । ତେବେ ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର କେଉଁ ବସ୍ତୁ ଦାନ କରିବା ଉଚିତ୍ ।
– ଯଦି କୌଣସି ବ୍ୟକ୍ତିଙ୍କର ବିବାହରେ ବାଧା ଉପୁଜୁଥାଏ ତେବେ ବିଷ୍ଣୁଙ୍କ ପ୍ରସନ୍ନ କରିବା ପାଇଁ ହଳଦୀ ଦାନ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ବିବାହରେ ଉପୁଜୁଥିବା ବାଧା ଦୂର ହୋଇଥାଏ ।
– ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ଦାନ କରିବା ଶୁଭ ହୋଇଥାଏ । ଏହାଦ୍ୱାରା ବିଗିଡି ଯାଇଥିବା କାମ ପୁରା ହୋଇଥାଏ ।
– ଗୁରୁବାର ଦିନ ହଳଦିଆ ରଙ୍ଗର ଅନ୍ନ ଦାନ କରିବା ଶୁଭ ହୋଇଥାଏ ତଥା ଚାକିରୀ ସମ୍ପନ୍ଧୀୟ ସମସ୍ୟାରୁ ଛୁଟକାରା ମିଳିଥାଏ ।
– ଗୁରୁବାର ଦିନ ବିଷ୍ଣୁ ମନ୍ଦିରରେ କେୱଡା ଏବଂ କେସର ଦାନ କରିବା ଉଚିତ୍ । ଏହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଯାହାଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ।
– ସେହିପରି ଗୁରୁବାର ଦିନ ବିଷ୍ଣୁ ମନ୍ଦିରରେ ଆମ୍ବ ଦାନ କରିବା ଦ୍ୱାରା ଜୀବନରେ ଶୁଖ-ଶାନ୍ତି ଆସିଥାଏ । ପାରିବାରିକ ସମସ୍ୟାରୁ ମୁକ୍ତି ମିଳିଥାଏ ।
– ବ୍ୟବସାୟକୁ ସୁରୁଖୁରୁରେ ଚଳାଇବା ପାଇଁ ଗୁରୁବାର ଦିନ ପାନ ପତ୍ରରେ ଗୋଟା ହଳଦୀ ରଖି ଭଗବାନ ବିଷ୍ଣୁଙ୍କୁ ଚଢାନ୍ତୁ । ଏହାଦ୍ୱାରା ବହୁତ ଶୀଘ୍ର ଲାଭ ମିଳିବ ।