ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶାସ୍ତ୍ର ଅନୁଯାୟୀ ସପ୍ତାହକ ସାତଦିନ ମଧ୍ୟରେ ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯ୍ୟ କରିବାର ମାନ୍ୟତା ଅଛି । ସେହିଭଳି ଆଜି ଆମେ ଆପଣଙ୍କୁ ବୁଧବାର ସହ ଜଡିତ କିଛି ମାନ୍ୟତା ବିଷୟରେ କହିବାକୁ ଯାଉଛୁ ।
– ବୁଧବାର ଦିନ ଝିଅକୁ ଶ୍ୱଶୁର ଘରକୁ ବିଦା କରିବା ଅନୁଚିତ୍ । ଏହି ଦିନ ଝିଅକୁ ବିଦା କରିବା ଦ୍ୱାରା ରାସ୍ତାରେ କୌଣସି ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ । କେବଳ ଏତିକି ନୁହେଁ ଶ୍ୱଶୁର ଘର ସହିତ ଝିଅର ସଂପର୍କ ଠିକ୍ ରହିନଥାଏ ।
– ବୁଧବାରକୁ ଝିଅ ବିଦା କରିବା ଦ୍ୱାରା ଆପଣ ଏବଂ ଆପଣଙ୍କ ଝିଅଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ହୋଇପାରେ । ଯଦି ଆପଣଙ୍କ ଝିଅଙ୍କର ବୁଧ ଗ୍ରହ ଦଶା ଖରାପ ଚାଲିଛି ତେବେ ଆପଣ ଏଭଳି ଭୁଲ ବିଲକୁଲ କରନ୍ତୁ ନାହିଁ ।
– ପୌରାଣିକ ଅନୁଯାୟୀ ବୁଧ ଗ୍ରହ ଚନ୍ଦ୍ରଙ୍କ ମଧ୍ୟରେ ଘୋର ଶତୃତା ଦେଖା ଦେଇଥାଏ । କିନ୍ତୁ ଚନ୍ଦ୍ରମାଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା । ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରକୁ ଯାତ୍ରାର କାରକ ଏବଂ ବୁଧଙ୍କୁ ଆୟ ବା ଲାଭର କାରକ କୁହାଯାଇଥାଏ ।
– ସେଥିପାଇଁ ବୁଧବାର ଦିନ ଯେକୌଣସି ଯାତ୍ରା କ୍ଷତିକାରକ ହୋଇଥାଏ । ଯଦି ଜାତକରେ ବୁଧ ଖରାପ ସ୍ଥିତିରେ ଅଛନ୍ତି ତେବେ ଏହା ଦ୍ୱାରା ଦୁର୍ଘଟଣା ହେବାର ସମ୍ଭବନା ଅଧିକ ଥାଏ ।