ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶୁକ୍ରବାର ମା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି । ଏହିଦିନ ବିଧିବିଧାନ ସହ ମା ଲକ୍ଷ୍ମୀଙ୍କ ପୂଜା କରାଯାଏ । ଧନ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ । ତାଙ୍କ କୃପାରେ ଧନ ଏବଂ ବୈଭବ ପ୍ରାପ୍ତି ହୋଇଥାଏ । କୁହାଯାଏ କି ଯେଉଁ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ତାଙ୍କୁ କଦାପି ଆର୍ଥିକ ସମସ୍ୟା ସମ୍ମୁଖୀନ ହେବାକୁ ପଡେନାହିଁ । ସେଥିପାଇଁ ଶୁକ୍ରବାର ଲକ୍ଷ୍ମୀ ପୂଜା କରାଯାଏ । ଏହାବ୍ୟତିତ ଶାସ୍ତ୍ରରେ କିଛି ଏଭଳି କଥା କୁହାଯାଇଛି ଯାହାକୁ ଶୁକ୍ରବାର ଦିନ ଭୁଲ ରେ କରିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା..
– ମା ଲକ୍ଷ୍ମୀଙ୍କ ପସନ୍ଦ ସଫା ସୁତୁରା । ଯେଉଁ ଘରେ ଅଳିଆ ହୋଇଥାଏ ସେଠାକୁ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ସେଥିପାଇଁ ସର୍ବଦା ଘରକୁ ସଫା ସୁତୁରା କରି ରଖନ୍ତୁ । ବିଶେଷ କରି ଶୁକ୍ରବାର ଏହି କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ।
– ମା ଲକ୍ଷ୍ମୀଙ୍କ ବାରରେ ଟଙ୍କା ଲେଣ-ଦଣ କରିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ମା କ୍ରୋଧିତ ହୋଇଯାନ୍ତି । ଧନ ହାନି ହୋଇଥାଏ ।
– ଶୁକ୍ରବାର କାହାରିକୁ ଚିନି ଧାରରେ ଦିଅନ୍ତୁନି । ଏଭଳି କରିବା ଦ୍ୱାରା ଶୁକ୍ର ଗ୍ରହ କମଜୋର ହୋଇଯାନ୍ତି ଏବଂ ଘରେ ଦରିଦ୍ରତା ବାସ କରେ ।
– ଶୁକ୍ରବାର ସାତ୍ୱିକ ଭୋଜନ କରିବା ଉଚିତ୍ ।