ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶାସ୍ତ୍ର ଅନୁସାରେ ଶୁକ୍ରବାର ହେଉଛି ମାତା ଲକ୍ଷ୍ମୀଙ୍କ ପ୍ରିୟ ବାର । ଏହିଦିନ ମାତା ଲକ୍ଷ୍ମୀଙ୍କ ପୂଜା ଏବଂ ବ୍ରତ କରିବା ଦ୍ୱାରା ଘରେ ଧନ-ଧାନ୍ୟ ର ଅଭାବ ହୋଇନଥାଏ । ଯଶ, କିର୍ତ୍ତି, ଧନ, ବୈଭବ ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ ।
ସେହିପରି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଲାଲ ରଙ୍ଗର ଫୁଲ ଏବଂ ବସ୍ତ୍ର ଚଢାଇବା ଏବଂ ମାତା ଲକ୍ଷ୍ମୀଙ୍କ ଚାଳିଶାକୁ ପାଠ କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଲକ୍ଷ୍ମୀ ଚାଳିଶା ପାଠ କରିବା ପରେ ଚାଉଳ ଖୀରୀ କରି ସେଥିେ କେସର ପକାଇ ମା’ଙ୍କଠାରେ ଭୋଗ ଲଗାଇବା ଉଚିତ୍ । ଏହାସହିତ ସେହି ଭୋଗକୁ ଗରିବଙ୍କୁ ବାଣ୍ଟିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।